ତିନିଗୋଟି ପଂଚାୟତ ର ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା , ଆର୍ଥିକ ସହାୟତା , ସ୍ଥିତିବାନ ପଟ୍ଟା ଓ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ |

557

କଟକ (ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୪ : ମଧୁବାବୁ ପେନଶନ ଯୋଜନା ରେ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ, ରେସନକାର୍ଡଧାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ , ସିକିମ ଖାତାଧାରୀ ଙ୍କୁ ସ୍ଥିତିବାନ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗରାଜପୁର ପଡିଆ ରେ ଅନୁଷ୍ଠିତ ହୋଇଯାଇଛି | ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗରାଜପୁର ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଲଲାଟେନ୍ଦୁ ସେନାପତି , ରାଜ୍ୟ ମହିଳା ସମ୍ପାଦିକା ମିତାଲି ରାଉତ, ଙ୍କ ସହ ପାଞ୍ଚ ପଂଚାୟତ ର ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ |ଏହି କାର୍ଯ୍ୟକ୍ରମ ରେ ତିନି ଗୋଟି ପଂଚାୟତ ବଡ଼ସାମନ୍ତରାପୁର , ମହିଷା ଲଣ୍ଡା , ଶଙ୍କରପୁର ଗ୍ରାମ ର ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା , ବ୍ୟାଗ ଆଦି ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ପୂର୍ବତନ ସରପଞ୍ଚ ରଂଜିତ ରାଉତ , ପରିଚାଳନା କରିଥିବା ବେଳେ ମଙ୍ଗରାଜପୁର ଗ୍ରାମ ର ସରପଂଚ , ସମିତି ସଭ୍ୟ ମମତା କାମାଡ଼ , ଶଙ୍କରପୁର ଗ୍ରାମ ର ସରପଂଚ ପ୍ରମୋଦିନି ଖଟୁଆ , ସମିତି ସଭ୍ୟ ସୁକାନ୍ତ ରାଉତ, ମହିଷା ଲଣ୍ଡା ଗ୍ରାମ ର ସରପଂଚ କଲ୍ୟାଣୀ ରାଉତ , ସମିତି ସଭ୍ୟ ଦେବ ପ୍ରସାଦ ସ୍ୱାଇଁ , ବଡ଼ସାମନ୍ତରାପୁର ଗ୍ରାମ ର ସରପଂଚ ବିଶ୍ୱଜିତ ମାଝୀ , ସମିତି ସଭ୍ୟା ସ୍ନେହଲତା ପରିଡା , ବ୍ରହ୍ମପୁର ଗ୍ରାମ ର ସରପଂଚ ଜଗନ୍ନାଥ ଦାସ ସରୋଜ ଖଟୁଆ , ସେକ ସାହାଜାନ , ରବୀନ୍ଦ୍ର କୁମାର ସାହୁ , ପରମାନନ୍ଦ ରାଉତ , ଅଶୋକ ପରିଡା, ଜ୍ଞାନ ରଞ୍ଜନ ରାଉତ , ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |