କୃଷକ କ୍ଷେତ୍ର ବିଦ୍ୟାଳୟର କ୍ଷେତ୍ର ଦିବସ ସମାପନ |

56

କଟକ (ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୪ : କୃଷକ କ୍ଷେତ୍ର ବିଦ୍ୟାଳୟର କ୍ଷେତ୍ର ଦିବସ ସମାପନ। ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅର୍ନ୍ତଗତ ଡିହକୁରାଂସ ଗ୍ରାମରେ ପନିପରିବା ଚାଷ କରୁଥିବା ଚାଷୀ ଙ୍କୁ ନେଇ କେନ୍ଦ୍ରୀୟ ସମନ୍ୱିତ ରୋଗ ପୋକ ପରିଚାଳନା କେନ୍ଦ୍ର ଭାରତ ସରକାରଙ୍କ ତରଫରୁ ଫସଲର ସମନ୍ୱିତ ରୋଗପୋକ ନିରାକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ୍ ଶିବିର ରେ ଡିହକୁରାଂସ ଗ୍ରାମର ୩୫ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ। ତାଲିମ ପ୍ରଦାନ କାରୀମାନେ ଚାଷୀମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିବା ସହ ରୋଗପୋକ ନିରାକରଣ ପାଇଁ ବିଭିନ୍ନ କୀଟନାଶକ ଓାୖଷଧ ବ୍ୟବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ସେ ବିଷୟରେ ଆଲୋକପାତ କରାଇଥିଲେ । ବନସ୍ପତି ଅଧିକାରୀ ରାଜେନ୍ଦ୍ର ପ୍ରଧାନ, ସହକାରୀ ବନସ୍ପତି ଅଧିକାରୀ ଶୁଭାଶିଷ ସ୍ବାଇଁ ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିବା ସହ ବ୍ୟବହାର କରିବା ପାଇଁ ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରିଥିଲେ।