ବିଧାୟକଙ୍କ ଉଦ୍ଘାଟନୀ ଉତ୍ସବରେ ଡିଜେ ବାଜାରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଅଭିଯୋଗ |

125

କଟକ (ଉତ୍କଳ ନ୍ୟୁଜ ) ୨୭-୦୨-୨୦୨୪ : ଉଦ୍‌ଘାଟନୀ ଉତ୍ସବରେ ଡିଜେ ବାଜାରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ତିହିଡି ଗାଁରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉଦ୍‌ଘାଟନୀ ଉତ୍ସବରେ ଡିଜେ ବାଜାର ତାଳେ ତାଳେ ଉମାମଣି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟକରି ଯାଉଥିବା ବିରୋଧରେ ବିଜେପି ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କାହ୍ନଚରଣ ଶତପଥି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହିତ ଫାଇଭ୍‌-ଟିକୁ କପି ପ୍ରଦାନ କରିଛଛି । ସୋମବାର ପୂର୍ବାହ୍ନରେ ବିଦ୍ୟାଳୟରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିଲା । ସେଠାରୁ ପ୍ରାୟ ୨ କିଲୋମିଟର ଦୂର ବାରିଣୀ ପୋଖରୀ ନିକଟରେ ସାଧାରଣ ସଭା ହୋଇଥିଲା । ଏକ ଖୋଲା ଗାଡିରେ ବିଧାୟକ ଯାଉଥିବା ବେଳେ ଡିଜେ ବାଜାର ତାଳେତାଳେ ବିଜେଡିର ଦଳୀୟ ସଂଗୀତରେ କର୍ମୀମାନେ ମତୁଆଲା ସାଜିଥିଲେ । ଏହା ମଧ୍ୟରେ ଏକ ରୋଚକ ଘଟଣା ପଦାକୁ ଆସିଥିବା ଅଭିଯୋଗ ହୋଇଛି । ବଡ କଥା ହେଉଛି ସ୍କୁଲ ଡ୍ରେସରେ ଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ପରିସରରୁ ବାହାରକୁ ଅଣା ଯାଇଥିଲା ଏବଂ ପରେ ଡିଜେ ବଜାଇ ରାଲିରେ ନିଆ ଯାଇଥିଲା । ଡିଜେ ବାଜା ସହିତ ଉତ୍‌ଶୃଙ୍ଖଳିତ ଗୀତରେ ବିଚ୍ ରାସ୍ତାରେ ନଚେଇ ନଚେଇ ନିଆଯାଉଥିଲା । ବିଦ୍ୟାଳୟ ଚାଲୁଥିବା ବେଳେ ପିଲାମାନଙ୍କୁ ପାଠ ନପଢାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ କେମିତି ନୃତ୍ୟରେ ମସଗୁଲ ହୋଇଥିଲେ ବୋଲି ପ୍ରଶ୍ନ କରାଯାଇଛି । ଅନ୍ୟପଟେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବା ତଥା ଡିଜେ ବଜାଇବାକୁ ନିୟମ ନଥିବା ବେଳେ କାହା ଅନୁମତିରେ ଡିଜେ ବାଜିଥିଲା ଏବଂ କୋମଳମତି ଛାତ୍ରଛାତ୍ରୀମାନଙ୍କୁ କିପରି ସାମିଲ କରାଗଲା ଯାହା ସରକାରୀ ନିୟମ ଉପରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । କାହା ସ୍ୱାର୍ଥରେ ଛାତ୍ରଛାତ୍ରୀମାନଙ୍କୁ ଏପରି କାର୍ଯ୍ୟରେ ନିୟୋଜିତ କରାଗଲା ଏବଂ ସେଥିରେ ସଂପୃକ୍ତ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ସହିତ ବିଧାୟକ ନିଜର ଦାଇତ୍ୱ ଓ କର୍ଭବ୍ୟକୁ ଯେପରି ସରକାରୀ ନିୟମକୁ ଫୁ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରା ଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାବୁଲାଲ ଦାସ, ଅକ୍ଷୟ ମଲ୍ଲିକ, ଗଗନ ମହାନ୍ତି, ଅରବିନ୍ଦ ମଲ୍ଲିକ, ତପନ ପଣ୍ଡା, ବୈଦନାଥ ସେନାପତି, ଭୁବନାନନ୍ଦ ମିଶ୍ର ଓ କେଶବ ବେହେରା ପ୍ରମୁଖ ଶ୍ରୀ ଶତପଥିଙ୍କ ସହିତ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |