ତିହିଡ଼ି ଗ୍ରାମରେ ବିଧାୟକଙ୍କ ଦ୍ୱାରା ୪ଟି ପ୍ରକଳ୍ପ ଉଦ୍‌ଘାଟିତ |

142

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪ : ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ୪ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତିି । ତିହିଡି ବ୍ଲକ ଅନ୍ତର୍ଗତ ତିହିଡି ଗାଁରେ ପ୍ରାୟ ୧ କୋଟି ଟଙ୍କାର ୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ଗାଁର ଉମାମଣି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରୀକରଣ, ବିଶ୍ୱଜନନୀ ପାଠାଗାର ସହିତ ଐତିହାସିକ ବାରୁଣୀ ପୋଖରୀର ଉନ୍ନତିକରଣ ଓ ବିଜୟଶ୍ରୀ କଲ୍ୟାଣ ମଣ୍ଡପ ଆଦି ଅନ୍ତର୍ଭୁକ୍ତ । ଏହି ଅବସରରେ ବାରୁଣୀ ପୋଖରୀ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଭାଟପଡା ପଞ୍ଚାୟତ ପ୍ରତି ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ତାଙ୍କ ସୁପୁତ୍ର ବିଧାୟକ ବିଷ୍ଣୁବ୍ରତଙ୍କ ଉଦ୍ୟମରେ ବହୁ ଉନ୍ନୟନ କାର୍ଯ୍ୟ କରାଯାଇଛି ବୋଲି ସଭାରେ ମତପ୍ରକାଶ ପାଇଥିଲା । ବିଧାୟକ ବିଷ୍ଣୁବ୍ରତ ରାଉତରାୟକଙ୍କୁ ତିହିଡ଼ି ମେଳନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବ୍ଲକ ମହିଳା ସଭାନେତ୍ରୀ କଳ୍ପନା ନାୟକ, ଜିଲା ପରିଷଦ ସଭ୍ୟା ସୁମତୀ ସେଠୀ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସୁପ୍ରଭା ପାଣି, ତାପସ ବେହେରା, ସମିତି ସଭ୍ୟ ତିଳୋତ୍ତମା ବେହେରା, ନକୁଳ ଚନ୍ଦ୍ର ବାରିକ, ଜିଲା ବିଜେଡିର ସାଧାରଣ ସମ୍ପାଦକ କମଳାକାନ୍ତ ଲେଙ୍କା, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ସମାଜସେବୀ ଗଣେଶ ଓ ଛନ୍ଦାଚରଣ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ କୋନ୍ତ ସେଠୀ, ନରେନ୍ଦ୍ର ବାରିକ, ବିପିନ ବେହେରା, ଟୁଟୁ ପତି, ସୟଦ ଇବ୍ରାହିମ, କୈଳାସ ନାୟକ, କୈଳାସ ବେହେରା, ବିଷ୍ଣୁ ଦାସ ମହାସଂଘର ସଭାନେତ୍ରୀ, ସୁଚିସ୍ମିତା ସାହୁ, ସଂପାଦିକା ଶଶିରେଖା ଯତି, ଏମବିକେ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ମେଳନ କମିଟିର ସଭାପତି ଶଚିକାନ୍ତ ନାୟକ, ସମ୍ପାଦକ ପାର୍ଥସାରଥି ନାୟକ ଓ କୋଷାଧ୍ୟକ୍ଷ ପ୍ରଭାତ କୁମାର ରାଉଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଭାଟପଡ଼ା ମହିଳା ମହାସଂଘର ସଦସ୍ୟା, ଉମାମଣି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ଜେନା ଓ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ପରିବାରରୁ ତପନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଧାକୟ ଶ୍ରୀ ରାଉତରାୟ ନିଜର ଦଳୀୟ କାର୍ଯ୍ୟାଳୟରୁ ଏକ ଖୋଲା ଜିପରେ ଶୋଭାଯାତ୍ରାରେ ବାହାରିଥିଲେ । ଡିଜେ ସାଉଣ୍ଡ ସହ ଦଳିୟ ଗୀତରେ ମସଗୁଲ ହୋଇଥିଲେ କର୍ମୀ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |