ବ୍ଲକ ପରିସରରେ ମିଶନ ଶକ୍ତି ଗୃହ ଓ କାଫେ ଉଦ୍‌ଘାଟିତ |

209

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପରିସରରେ ସୋମବାର ଦିନ ମିଶନ ଶକ୍ତି ଗୃହ ଓ କାଫେ ଉଦଘାଟିତ ହୋଇଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବାସୁଦେବପୁର ବିଧାୟକ ବିଷୁବ୍ରତ ରାଉତରାୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରିବାରେ ଏହି କାଫେ ସାହାଯ୍ୟ କରିବ ବୋଲି କହିଥିଲେ ସାଂସଦ ଶ୍ରୀମତୀ ମଣ୍ଡଳ କରିବା ସହ ଏହାକୁ ସଠିକ ଭାବେ ପରିଚାଳନା କରାଯାଇ ପାରିଲେ ଏହା ଦୀର୍ଘସ୍ଥାୟୀ ହେବ ବୋଲି କହିଥିଲେ । ଅନ୍ୟପକ୍ଷେ ବ୍ଲକରେ ମିଶନ ଶକ୍ତି ଗୃହ ନଥିବା କାରଣରୁ ମିଶନ ଶକ୍ତି ମହିଳା ମାନେ ଅସୁବିଧା ଭୋଗ କରୁଥିଲେ ତେଣୁ ଏହି ନୂତନ ଗୃହ ସେମାନଙ୍କ କାମରେ ଲାଗିବ ବୋଲି ବିଧାୟକ ଶ୍ରୀ ରାଉତରାୟ କହିଥିଲେ । ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ସାହୁ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସୁମତି ସେଠୀ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସମିତିସଭ୍ୟ ତିଳୋତ୍ତମା ବେହେରା, ଚିନ୍ତାମଣି ଦାସ, ନକୁଳ ବାରିକ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ବୈକୁଣ୍ଠନାଥ ପାଣି, ରଘୁନାଥ ପଣ୍ଡା, କମଳାକାନ୍ତ ଲେଙ୍କା, ଉମାକାନ୍ତ ସେଠୀ, ଛନ୍ଦାଚରଣ ନାୟକ, ଶରତ ଦାସ, ଲକ୍ଷ୍ମୀପ୍ରିୟା ସାମଲ, ଅରୁଣ ବାରିକ, ମହିଳା ମହାସଂରର ସଭାନେତ୍ରୀ ବାସନ୍ତୀ ରାଉତ, ସଂପାଦିକା କଲ୍ୟାଣୀ ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ମହିଳା ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଡିଓ ଜ୍ୟୋର୍ତିମୟ କର, ସିଡିପିଓ ସଙ୍ଗୀତା ସିଂ, ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ଜେନାଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ବିପିଏମ ଷ୍ଟାଲିନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |