ବେଗୁନିଆପଡା ବ୍ଲକ ରେ ବିଜେଡି ର ସାଙ୍ଗଠନିକ ବୈଠକ ସହ ସାମ୍ବାଦିକ ସମ୍ମିଳନୀ ।

22

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪ ; କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ର ସମସ୍ତ ସରପଞ୍ଚ ସମିତିସଭ୍ୟ ଜିଲ୍ଲାପରିଷଦ,ଜନପ୍ରତିନିଧି ଓ ବିଜେଡି କର୍ମୀ ମାନଙ୍କୁ ନେଇ ଏସ୍.ଛଚିନା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ବିଜୁଜନତା ଦଳର ବ୍ଲକ ସଭାପତି ସିମାଞ୍ଚଳ ସାମଲ ସଭାପତିତ୍ବ କରି ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜଗୁଡିକ ବିଧାୟିକା ଲତିକା ପ୍ରଧାନ ଦ୍ୱାରା ସୂଚାରୁ ରୁପେ କାର୍ଯ୍ୟକରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ କରି ଜନତାଙ୍କ ସୁଖ ଦୁଖଃ ରେ ଭାଗିଦାରି ହୋଈ ସ୍ଥାନୀୟ ଅଞ୍ଚଳରେ ଜନପ୍ରିୟନେତ୍ରୀ ହୋଈପାରିଛନ୍ତି।ବର୍ତ୍ତମାନ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆମର ପ୍ରିୟ ବିଧାୟିକା ଲତିକା ପ୍ରଧାନଙ୍କୁ ଆଗାମୀ ନିର୍ବାଚନ ରେ ପୁଣି ଠାରେ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲେ ଏବଂ ପୂର୍ବ ନିର୍ବାଚନ 50 ହଜାର ଭୋଟ ରେ ଆଗୁଆ ରହି ନିର୍ବାଚିତ ହୋଇଥିବା ବେଳେ ଏହି ନିର୍ବାଚନ ରେ 70 ହଜାର ଭୋଟ ବ୍ୟବଧାନ ରେ ବିଜୟୀ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରି ସଂକଳ୍ପ ନେଇଥିଲେ !ସଙ୍ଗଠନକୁ ତୃଣମୂଳସ୍ତରରୁ ସଦୃଢ କରିବା ପାଈଁ ସମସ୍ତ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିବା ବେଳେ ଗତ ୨୨ ତାରିଖ ରେ ପୁରୁଷତ୍ତମପୁର ଠାରେ ଏହି ନିର୍ବାଚନ ମଣ୍ଡଳୀ ବାହାର ଏକ କୁଚକ୍ରୀ ଗୋଷ୍ଠୀ ବିଧାୟିକା ବିରେଧୀ ମେଳି ନାମରେ ଏକ ବୈଠକ କରାଯାଉଥିବା ନେଈ କଛି ଗଣମାଧ୍ୟମରେ ପ୍ରକାଶ ପାଈ ଥିଲା!ଏହାର ପ୍ରତିବାଦ ସହିତ ସାମ୍ବାଦିକ ସମ୍ମିଳନୀ କରି ବିଧାୟିକା ବିରେଧୀ ମେଳି କରିଥିବା ବ୍ୟକ୍ତି ହେଉଛନ୍ତି ଅନ୍ୟଏକ ନିର୍ବାଚନ ମଣ୍ଡଳୀର ସେ ବିଜୁଜନତା ଦଳରେ ରହି ବିଭିନ୍ନ କାର୍ଯ୍ୟକ୍ରମ କୁ ବିଦ୍ରୋହ ସୃଷ୍ଟି କରି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ନେଇ ବୈଠକ କରିଥିବା ଜଣାପଡିଛି !ନିଜର ସ୍ୱାର୍ଥଗତ ଏବଂ ବ୍ୟକ୍ତିଗତ ଗୁରୁତ୍ୱ ବଢାଇବା ପାଇଁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଜନୈକ ବ୍ୟକ୍ତି କିଛି ନିଜସ୍ୱ ବନ୍ଧୁ ମାନଙ୍କୁ ନେଈ ଉକ୍ତ ଆଲୋଚନା ବୈଠକରେ ଉପସ୍ଥିତ ରହି ବିଧୟିକଙ୍କ ବିରୁଦ୍ଧରେ କୁଛରଚନା କରି ବିଭିନ୍ନ ଗଣମାଧ୍ୟମ ଖବର କାଗଜରେ ପ୍ରକାଶ କରିଥିଲେ। ଏମିତି ବହୁଥର ଏହି ନୀଳବର୍ଣ ଶୃଗାଳ ଅର୍ଥ ଲୋଭ ରେ ଏମିତି ବୈଠକ କରି କିଛି ହାଟଗାଣତି ନେତାଙ୍କ ଠାରୁ ଅର୍ଥ ନେଉଥିବା ନଜିର ରହିଛି! ବର୍ତ୍ତମାନ ସମୟ ରେ କବିସୂଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଆମେ ସମସ୍ତେ ଜଣେ ଟାଣୁଆ ତଥା ଜନପ୍ରିୟନେତ୍ରୀ ପାଈଛୁ। ସ୍ଥାନୀୟ ନିର୍ବାଚନୀ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସୁବିଧା ଓ ଅସୁବିଧା ଦୂର କରିବାସହ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ରାଜ୍ୟ ସରକାରଙ୍କ ଜନହିତକାରି ଯୋଜନାକୁ ସୂଚାରୁରୂପେ ପ୍ରତିପାଦନ କରି ପ୍ରତ୍ୟକ ଦିନ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସମସ୍ୟା ବୁଝିବାସହ ସେମାନଙ୍କ ଶୁଖ ଦୁଃଖ ରେ ରହିଛନ୍ତି । ବେଗୁନିଆପଡା ବ୍ଲକ ସମସ୍ତ ସରପଞ୍ଚ ସମିତିସଭ୍ୟ ଜିଲ୍ଲାପରିଷଦ ଜନପ୍ରତିନିଧି ମାନେ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ଆମେ ଏଭଳି ବିଧାୟିକା ଟେ ପାଈ ବିଶେଷ ଖୁସି ଅନୁଭବ କରୁଛୁ ଆମ ଅଞ୍ଚଳ ସମସ୍ତ ଭୋଟର ମାନେ ବିଧାୟିକା ଙ୍କ ପାଖରେ ଅଛୁ ଆଉ ରହିଥିବୁ କହି ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଲତିକା ମାଡାମ ଙ୍କୁ ଆଗାମୀ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ବେଗୁନିଆପଡା ବ୍ଲକ ଅଧକ୍ଷାଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ଗଂଜାମ ରୁ ସନ୍ତୋଷ କୁମାର ସ୍ୱାଇଁ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |