କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦ୍ଘାଟିତ |

56

କଟକ (ଉତ୍କଳ ନ୍ୟୁଜ ) କଟକ ସିଡିଏ ସେକ୍ଟର - ୭ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଏବଂ ହକି ଷ୍ଟାଡିୟମ ଉଦ୍ଘାଟିତ ହୋଇଯାଇଛି | ଆଭାସୀ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ର ବିଭିନ ସ୍ଥାନ ରେ କ୍ରୀଡା ଭିତ୍ତିଭୂମି ସମୂହ ର ଉଦ୍ଘାଟନ କରିବା ଅବସରରେ କଟକ ର ଚୌଦ୍ୱାର , ନୂଆବଜାର, ଗୋପଳପୁର ଏବଂ ସିଡିଏ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ କରିଥିବା ବେଳେ ସିଡିଏଠାରେ ହକି ଷ୍ଟାଡିୟମକୁ ଲୋକାର୍ପିତ କରିଛନ୍ତି | ଏଥିସହ କଟକ ଜିଲ୍ଲା ରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମାଣ ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ଏହି ଅବସରରେ ସିଡିଏ ସେକ୍ଟର - ୭ ସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ , ଓଡିଶା ରାଜ୍ୟ କ୍ରୀଡା ସଂଘ ତଥା ଓଡିଶା ଫୁଟବଲ ସଂଘ ର ସମ୍ପାଦକ ଆଶୀର୍ବାଦ ବେହେରା , ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ , ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର , ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ , ଅଧିକ୍ଷଣ ଯନ୍ତ୍ରୀ ପୂର୍ତ ଇଂ ପ୍ରଭାସ କୁମାର ମାଝୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ , ଯନ୍ତ୍ରୀ ତଥା ସ୍ଥାନୀୟ କର୍ପୋରେଟର , ବହୁ କ୍ରୀଡ଼ାବିତ ଓ ସ୍ଥାନୀୟ ଅଂଚଳବିଶି ଉପସ୍ଥିତ ଥିଲେ |