ନୂତନ ହିତାଧିକାରୀଙ୍କ ଭତ୍ତା ବଣ୍ଟନ କଲେ ସରପଞ୍ଚ |

32

କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତରେ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାୟ ୫୩ ଜଣ ହିତାଧିକାରୀଙ୍କୁ ସରପଞ୍ଚ ସୁପ୍ରଭା ପାଣି ଭତ୍ତା ବଣ୍ଟନ କରିଛନ୍ତି । ସିନ୍ଦୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ପାଣି ଏହି ନୂତନ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ପ୍ରଦାନ କରିଥିଲେ । ସରପଞ୍ଚଙ୍କ ପ୍ରଚେଷ୍ଟା କ୍ରମେ ମଧୁବାବୁ ପେନସନ ଯୋଜନାରେ ନୂଆ କରି ସାମିଲ ହୋଇଥିବା ଏବଂ ସରକାରଙ୍କ ଦ୍ୱାରା ଘୋଷିତ ବର୍ଦ୍ଧିତ ଭତ୍ତା ଟଙ୍କା ପାଇବାକୁ ସକ୍ଷମ ହୋଇ ପାରିଥିବାରୁ ହିତାଧିକାରୀମାନେ ସରପଞ୍ଚ ଶ୍ରୀମତୀ ପାଣିଙ୍କ ଉପରେ ଖୁସି ବ୍ୟକ୍ତ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |