ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

43

କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୪ : ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ଵାର ବ୍ଲକ ଅନ୍ତର୍ଗତ କଖଡ଼ି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ତଥା ଆଜିର କାର୍ଯ୍ୟକ୍ରମ ରେ କଖଡି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ କଳ୍ପନା ଛତାର ଉପସ୍ଥିତ ହୋଇ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଓଡ଼ିଶା ଆଜି ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇଛି ବୋଲି କହିଥିଲେ। ଶିଳ୍ପାୟନ, ପୁଞ୍ଜିନିବେଶ, ଯୁବ ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ଭାରତବର୍ଷ ପାଇଁ ଓଡିଶା ରୋଲ୍ ମଡେଲ୍ ପାଲଟିଛି ଓ ନବୀନ ସରକାରଙ୍କ ସମୟରେ ପଞ୍ଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସରପଞ୍ଚ ଅଭିଭାଷଣ କରିଥିଲେ । ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କରୋନା ସମୟରେ ଅମ୍ଳଜାନ ଯୋଗାଣ, ଟିକାକରଣ, ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଆଜି ସ୍ଵତନ୍ତ୍ର ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟ ବକ୍ତା ଅଧ୍ୟାପକ ଡଃ ମନୋରଞ୍ଜନ ମହାନ୍ତି ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ଶ୍ରୀମାନ ପ୍ରଦୀପ କୁମାର ମହାନ୍ତି , ତିଗିରିଆ ବ୍ଲକର ବିଜୁ ଛାତ୍ର ଜନତା ଦଳ ର ସଭାପତି ହିମାଂଶୁ ଶେଖର ସ୍ଵାଇଁ , ଶିକ୍ଷାବିତ୍ ପଦ୍ମନାଭ ଶତପଥୀ , ସୁରେନ୍ଦ୍ର ନାଥ ପେଣ୍ଠଇ , କଟକ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାହୁ , କଖଡି ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଛତାର ଙ୍କ ସହିତ ସେବା ସମବାୟ ସମିତିର ସମସ୍ତ ନିର୍ଦ୍ଧେଶକ , ସମସ୍ତ ୱାର୍ଡ ମେମ୍ବର , ମିଶନ ଶକ୍ତି ର ସମସ୍ତ ସଭ୍ୟା , ପ୍ରତ୍ୟେକ ଗାଁ ର ସମସ୍ତ ମୂରବୀ ଓ ଛାତ୍ର ନେତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କଖଡି ରୁ ସୌମ୍ୟରଞ୍ଜନ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।