କଟକ ଜିଲ୍ଲାରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ଏହି ଜମି ଉପରେ ସ୍ଥିତିବାନ୍ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିଭୁଖୀ ପଦକ୍ଷେପ ।

18

କଟକ (ଉତ୍କଳ ନ୍ୟୁଜ ) ୨୨-୦୨-୨୦୨୪ : କଟକ ଜିଲ୍ଲାରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ଏହି ଜମି ଉପରେ ସ୍ଥିତିବାନ୍ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିଭୁଖୀ ପଦକ୍ଷେପ । ଏହାଦ୍ୱାରା ଜିଲ୍ଲାର ପ୍ରାୟ ୬୦ ହଜାର ହିତାଧିକାରୀ ଉପକୃତ ହେବେ । ତନ୍ମଧ୍ୟରୁ ଜିଲ୍ଲାର ୧୫ଟି ତହସିଲ ଅନ୍ତର୍ଗତ ୧୮୬୦ଜଣ ହିତାଧିକାରୀଙ୍କୁ ଆଜି କଟକଠାରେ ଅନୁଷ୍ଠିତ ସମାରୋହରେ ପଟ୍ଟା ପ୍ରଦାନ କରାଯାଇଛି । ଏହି ପଟ୍ଟା ପ୍ରଦାନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବରିଷ୍ଠ ବିଧାୟକ ଶ୍ରୀ ପ୍ରତାପ ଜେନା, ଶ୍ରୀ ଚନ୍ଦ୍ରସାରଥୀ ବେହେରା, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ପ୍ରମୁଖ ମଂଚାସୀନ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ, ଉପଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ୍‌, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡର ଦୀନବନ୍ଧୁ ଦେହୁରୀ, ଟାଙ୍ଗୀ ଚୌଦ୍ୱାରର ସୁଦେଶ ରଞ୍ଜନ ତ୍ରିପାଠୀ, ମାହାଙ୍ଗାର ତାରାକାନ୍ତ ପାଣି, କଟକ ସଦରର ନଟବର ଭୋଇ ଓ ବଡମ୍ବାର ଶ୍ୟାମ ଦାସ ପ୍ରମୁଖ ମଂଚାସୀନ ରହି ସମ୍ମାନନୀୟ ଅତିଥିଙ୍କଠାରୁ ପଟ୍ଟା ଗ୍ରହଣ କରିଥିଲେ ।