ଦୌଲତପୁର, ଗୋବିନ୍ଦପୁର ଓ ବାରସର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ |

104

କଟକ (ଉତ୍କଳ ନ୍ୟୁଜ ) ୨୧-୦୨-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର, ଗୋବିନ୍ଦପୁର ଓ ବାରସର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୌଲତପୁର ପଞ୍ଚାୟତରେ ସମାଜସେବୀ ଜିତେନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚତେନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ପୂର୍ବତନ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ପ୍ରିନ୍ସ ରାକେଶ ନାୟକ, ସରପଞ୍ଚ ପ୍ରଭାତ ମିଶ୍ର, ସମିତ ସଭ୍ୟା ସଙ୍ଘମିତ୍ରା ମୋହିନୀ ମଞ୍ଚାସୀନ ହୋଇଥିବା ବେଳେ ସମାଜସେବୀ ଗୋପବନ୍ଧୁ ସେନାପତି, ବୈଲୋଚନ ନାୟକ, ଗଣେଷ ବଳ, ହରିଶ୍ଚନ୍ଦ୍ର ବାରିକ, ହିମାଦ୍ରୀ ମିଶ୍ର, ଉଗ୍ରସେନ୍ ନାୟକ, ବାପି ବାରିକ, ପ୍ରମୋଦ ଦାସ, ଶଙ୍କର୍ଷଣ ଦାସ,ଦୋଳଗୋବିନ୍ଦ ଦାସ, ପ୍ରଶାନ୍ତ ଓଝା, ସିପୁନ୍ ବଳ, ପ୍ରଶାନ୍ତ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀକାନ୍ତ ମହାନ୍ତି, ମହାସଂଘର ସଭାନେତ୍ରୀ ବନଶ୍ରୀ ଭୋଇ, ସମ୍ପାଦିକ ରୀନାରାଣୀ ସାହୁ ଓ ଏମବିକେ କବିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୂର୍ବତନ ସରପଞ୍ଚ ମାନସ ରଂଜନ ସାହୁଙ୍କ ପୌରୋହିତ୍ୟରେ ଗୋବିନ୍ଦପୁର ପଞ୍ଚାୟତରେ ସଚେତନତା ସଭା ହୋଇଥିବା ବେଳେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ୯ ପଞ୍ଚାୟତର ବିଜେଡି ସଭାପତି ମାନସ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ବାରସର ପଞ୍ଚାୟତରେ ସଚେତନା ସଭା ଅନୁଷ୍ଠିତ ହୋଇଥିଲା । ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ବରିଷ୍ଠ ନେତା ବିପିନ ରାଉତ, ଜିଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ, ହିମାଦ୍ରୀ ମିଶ୍ର, ଦୀନବନ୍ଧୁ ମହାକୁଡ଼, ନୃସିଂହ ମହାକୁଡ଼, କେଦାର ମାହାପାତ୍ର, ପଞ୍ଚାନନ ପରିଡା, ନିଳମଣି ମାଝୀ, ପ୍ରଦୀପ ମିଶ୍ର, ପ୍ରତାପ ଦାସ, ଅମୀୟ ଦାସ, ଲିଙ୍ଗରାଜ ନାୟକ, ସୁବ୍ରତ ମହାନ୍ତି, ଲକ୍ଷ୍ମୀକାନ୍ତ ବଳ, ବିଭୁ ପ୍ରସାଦ ରାଉତ,ନିଳକଣ୍ଠ ନାୟକ, ଗୟାଧର ନାୟକ, ପରମୋଦ ରାଉତ, ରାମାକାନ୍ତ ଦାସ, ଗୋପିନାଥ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଧାୟକ ନିଜ ବକ୍ତବ୍ୟରେ ତାଙ୍କ ସମୟରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ରାସ୍ତା, ନଦୀରେ ପୋଲ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଆଦି କ୍ଷେତ୍ରରେ ଯୁଗାନ୍ତକାରୀ ଉନ୍ନତି ହୋଇଛି ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ହୋଇପାରିଛି ବୋଲି କହିଥିଲେ । ପରେ ମନୋରଂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |