ପୀରହାଟରେ ୬୨ତମ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞର ପୂର୍ଣ୍ଣାହୂତି |

17

କଟକ (ଉତ୍କଳ ନ୍ୟୁଜ ) ୨୧-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ହାଟପଟିସ୍ଥିତ ଶ୍ରୀଶ୍ରୀ ବିଶ୍ୱଗୁରୁ ଅବଧୂତ ଆଶ୍ରମରେ ୬୨ତମ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ମଙ୍ଗଳବାର ଗୋଧୂଳି ବେଳାରେ ପୂର୍ଣ୍ଣାହୂତି ହୋଇଯାଇଛି । ୩ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ସୂଚନା ମୁତାବକ, ବାବାଜୀ ସ୍ୱର୍ଗତ ନିରଞ୍ଜନ ଦାସଙ୍କ ଏହି ଆଶ୍ରମରେ ମହନ୍ତ ଥିବା ସମୟରେ ୧୯୫୧ ମସିହାରୁ ଆଶ୍ରମ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଚାଲିଆସୁଛି । ପ୍ରତିବର୍ଷ ଫାଲ୍‌ଗୁନ ମାସ ଶୁକ୍ଳ ନବମୀର ବ୍ରହ୍ମ ମୁହୂର୍ତ୍ତରେ ଏହି ଯଜ୍ଞ କାର୍ଯ୍ୟ ହୋଇଥାଏ । ଏହି ୩ଦିନ ବ୍ୟାପି ଯଜ୍ଞ ପର୍ବରେ ବିଶ୍ୱଗୁରୁ ପାଗଳ ଦେବଙ୍କ କର୍ତ୍ତୁକ ଅନୁଷ୍ଠିତ ହୋଇଥାଏ । ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ଏହି ଧାର୍ମିକ କାର୍ଯ୍ୟ କରା ଯାଇଥାଏ । ପୃଥିବୀକୁ ମହାଘୋର ବିପତ୍ତି ଏବଂ ଦୈବ ଦୁର୍ବିପାକମାନ ଘଟିବାକୁ ଯାଉଛି । ଏପରି ସଂକଟରୁ ମୁକ୍ତିପାଇଁ “ତ୍ରାହି ଶ୍ରୀଗୁରୁ” ବୋଲି ଆକୁଳ ପ୍ରାଣରେ ଡାକିବା ବିନା ଗତ୍ୟନ୍ତର ନାହିଁ । ଗୁରୁକ୍ଷେତ୍ରର ଶିଷ୍ୟ, ଭକ୍ତ, ସମସ୍ତ ଧର୍ମପ୍ରାଣ ବ୍ୟକ୍ତି ଏହିପରି ଘଡିସନ୍ଧି ଯଜ୍ଞରେ ମୁକ୍ତ ହସ୍ତରେ ଘୃତ୍ୟ, ତଣ୍ଡୁଳ ଓ ଯଜ୍ଞ ସାମଗ୍ରୀ ପ୍ରଦାନ କରିବା ସହ ଯଜ୍ଞ ନାରାୟଣଙ୍କୁ ଦର୍ଶନ କରି ଜୀବନକୁ ସାର୍ଥକ କରିବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି । ଏଠାରେ ସୂଚନା ଥାଉକି, ଏହି ଆଶ୍ରମଟି କଟକସ୍ଥିତ କାଳିଆହୁଦାର ଏକ ଶାଖା ଅଟେ । ୧୫୦ ବର୍ଷରୁ ଉର୍ଦ୍ଧ ହେବ ସ୍ଥାପିତ କରାଯାଇଛି । ପ୍ରଥମେ ବାୟା ବାବା ଓ ତାଙ୍କ ପରେ ନାରାୟଣ ଦାସ ବାବାଜୀ ଏଠାରେ ପୂଜା କରୁଥିଲେ । ତାଙ୍କ ଅନ୍ତେ ନାରାୟଣ କବି ପୂଜାର୍ଚ୍ଚନା କରୁଥିଲେ । ଆଶ୍ରମ ପ୍ରତି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅତୁଟ ରହିଛି । ଭକ୍ତମାନେ ଅବଧୂତଙ୍କ ଆଶ୍ରିତ ହୋଇ ନିଜର ଜୀବନ ଚର୍ଯ୍ୟାକୁ ପରିମାର୍ଯିତ କରି ପାରନ୍ତି । ପୂର୍ବରୁ ଏହି ଆଶ୍ରମରେ ବାବା ନିରଞ୍ଜନ ଦାସ ବାବା ଏହି ଆଶ୍ରମରେ ରହୁଥିଲେ । ସେତେବେଳେ ଆଶ୍ରମ ସ୍ଥାନଟି ଏକ ଶ୍ମଶାନ୍ତ ଥିଲା । ବାବାଙ୍କ ମହିମା ବଳରେ ଏହି ଶ୍ମଶାନରେ ଆଶ୍ରମ ସ୍ଥାପନ କରାଯାଇ ଧାର୍ମିକ ଚେତନା ଆଣିବା ସହ ଏହି ଅଞ୍ଚଳବାସୀଙ୍କ କଲ୍ୟାଣ ମନାସୀ ଥିଲେ । ଏହି କାର୍ଯ୍ୟକ୍ରମରେ କଟକ କାଳିଆ ହୁଦାରୁ ସାଧୁ ଟିକି ବାବା, ଗୁରୁକ୍ଷେତ୍ର ପଣ୍ଡିତ ଗଦାଧର ମିଶ୍ର, ଜାନଗିରିରୁ ଅରିକ୍ଷିତ ଦାସ, ମତୋରୁ ଯୋଗେଶ୍ୱର ଦାସ, ପୂଜକ ବିରେନ୍ଦ୍ର ପଣ୍ଡା, ମଠର ମୁଖ୍ୟ ପ୍ରଦୀପ ବାରିକ, ଦୋଳଗୋବନ୍ଦ ଦାସ, ପ୍ରଫୁଲ ସାହୁ, ଧୁଃଶାସନ ବିଶ୍ୱାଳ, ସୁରେନ୍ଦ୍ର ପାଣିଗ୍ରାହୀ, ରମେଶ ଦାସ, ଧନେଶ୍ୱର ଜେନା, ସୂର୍ଯ୍ୟମଣି ନାୟକ, ଗୟାଧର ମହାଳିକ, ଦୁର୍ଯ୍ୟୋଧନ ଜେନା, ସୁରେନ୍ଦ୍ର ମହାଳିକ, ସନ୍ତୋଷ ପରିଡା, ସାଗର ରାଉଳ, ବିଷ୍ଣୁ ପାଣିଗ୍ରାହୀ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |