ଇଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ |

41

କଟକ (ଉତ୍କଳ ନ୍ୟୁଜ ) ୧୫-୦୨-୨୦୨୪ : ଇଡି ପକ୍ଷରୁ ଭଦ୍ରକ ଜିଲ୍ଲାର କୁହାଳିଆ ନେତା ତଥା ବିଜେଡିର ଦବଦବା ବଜାୟ ରଖିଥିବା ପୂର୍ବତନ ମନ୍ତ୍ରୀ ତଥା ଏବର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ରେଡ୍ କରାଯାଇଛି । ଆଜି ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳୟର କଡା ସୁରକ୍ଷା ଭିତରେ ଇଡିର ସ୍ୱତନ୍ତ୍ର ଟିମ ଭଦ୍ରକରେ ପହଁଞ୍ôଚ ସିଧା ଭଦ୍ରକ ସହରର ନୂଆ ବଜାରରେ ଥିବା ପ୍ରଫୁଲ ସାମଲଙ୍କ ବାସଭବନରେ ପଶ ବିଭିନ୍ନ ଦିଗ ଉପରେ ଖାନତଲାସ ଆରମ୍ଭ କରିଛି । ସୂଚନା ଅନୁଯାୟୀ , ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ଦିର୍ଘ ଦିନଧରି ୩୦ କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଭଦ୍ରକ ବନ୍ଦ ସମେତ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମାନେ । ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନ ସଭା ଆଗରେ, ବିଧ୍ୟାୟକଙ୍କ ବାସଭବନ ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ । ବରପଦା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କ ସମେତ କିଛି କର୍ମଚାରୀଙ୍କୁ ହାତବାରିଶ କରି କଲେଜ୍ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏତତ୍ ବ୍ୟତିତ ଭୁବନେଶ୍ୱରରେ ଘଂଗାପାଟଣା ଠାରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ପରେ ବିକ୍ରିକରି ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ବରପଦା ଇଞ୍ଜିନିୟରିଂ କଲେଜ ମାମଲା ହାଇକୋର୍ଟ ରେ ଅଦ୍ୟାବଧି ବିଚାରାଧୀନ ରହିଛି । ଦୁର୍ନୀତିକୁ ନେଇ ଅତୀତରେ ଭିଜିଲାନ୍ସ ଓ ଇଡି ରେଡ୍ ପାଇଁ ଦାବି ହୋଇ ଆସୁଥିଲା । ଭଦ୍ରକରେ ଆଜି ଇଡି ରେଡ୍ ଚାଲୁଥିବା ବେଳେ ଅନ୍ୟ ଏକ ଟିମ ବରପଦା କଲେଜ ସମେତ ଭଦ୍ରକ ସହରର ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ସେହିପରି ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାରସ୍ଥିତ ଘର, ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷ ଙ୍କ ଅପତ୍ତିିବିନ୍ଧାସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି । ପ୍ରକାଶ ଥାଉକି ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଯାନ୍ତ୍ରୀକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ । ହେଲେ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା କଲେଜ ପରିଚାଳନା ଦାୟିତ୍ୱରେ ଥିବା ସୋସାଇଟି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ କଲେଜର ପିଛା ଛାଡୁନି । ଫଳରେ କଲେଜ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଜଣାପଡିଛି । ତେବେ କଲେଜ ପରିଚାଳନା ଦାୟିତ୍ୱରେ ଥିବା ସୋସାଇଟି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଦିନକୁ ଦିନ ଉଗ୍ରରୂପ ଧାରଣ କରିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କଲେଜ ପରିଚାଳନା ଦାୟିତ୍ୱ ଭଦ୍ରକ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ପୁନର୍ବାର କଲେଜ ପରିଚାଳନା ଦାୟିତ୍ୱରେ ଥିବା ସୋସାଇଟି ହାତକୁ ଯାଇଥିଲା କଲେଜ ପରିଚାଳନା ଦାୟିତ୍ୱ । ତେବେ ଅଦ୍ୟାବଧି ପରିଚାଳନାଗତ ବିବାଦ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ବିଚାରାଧୀନ ରହିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସର୍ତ୍ତ ମୂଳକ ଭାବେ ଏହାର ପରିଚାଳନା ଦାୟିତ୍ୱ ପରିଚାଳନା ସୋସାଇଟିକୁ ପ୍ରଦାନ କରାଯାଇଛି । ସେହି ସର୍ତ୍ତର୍ ଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ କଲେଜ ପରିଚାଳନା ସୋସାଇଟି ପ୍ରତି ମାସ ୭ ତାରିଖ ମଧ୍ୟରେ କଲେଜ କର୍ମଚାରୀମାନଙ୍କୁ ସେମାନଙ୍କ ଦରମା ପ୍ରଦାନ କରିବା ପାଇଁ ବାଧ୍ୟ । ଯାହାକୁ କଲେଜ ପରିଚାଳନା ସୋସାଇଟି ପାଳନ କରି କଲେଜକୁ ଚଳାଇ ଆସିଥିଲା । ହେଲେ କଲେଜ କର୍ମଚାରୀ ମାନଙ୍କୁ ସେମାନଙ୍କ ୧୭ ମାସର ବକେୟା ଦରମା ପ୍ରଦାନ କରାଯାଇ ନଥିବା ନେଇ ବିବାଦ ମଧ୍ୟ ଲାଗି ରହିଥିଲା । ତେବେ ଇଡିର ରେଡ୍ ପରେ ପରିସ୍ଥିତି କଣ ହେଉଛି ତାହାକୁ ଅନେଇ ବସିଛନ୍ତି ଭଦ୍ରକବାସୀ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |