ଆମ ଓଡିଶା, ନବୀନ ଓଡିଶା ଲେଖାଥିବା ବ୍ୟାଗକୁ ପୋଡ଼ିଲେ ଖାଉଟି ହିତାଧିକାରୀ।

50

କଟକ (ଉତ୍କଳ ନ୍ୟୁଜ ) ୧୪-୦୨-୨୦୨୪ : ରାଜ୍ୟ ସରକାରଙ୍କ ପକ୍ଷରୁ ଖାଉଟି ହିତାଧିକାରୀଙ୍କୁ ମିଳୁଥିବା ଝୋଟ ବ୍ୟାଗକୁ ପୋଡାଯାଇଛି । ମାଗଣାରେ ଖାଉଟି ହିତାଧିକାରୀଙ୍କୁ ମିଳିଥିଲେ ହେଁ “ଆମ ଓଡିଶା, ନବୀନ ଓଡିଶା” ଲେଖାଥିବା ବ୍ୟାଗ ସମସ୍ତଙ୍କୁ ପସନ୍ଦ ନୁହଁ ବୋଲି ପ୍ରମାଣିତ କରିଛନ୍ତି । ଗରିବ ଗୁରୁବାଙ୍କୁ କେନ୍ଦ୍ର ସରକାର ମାଗଣାରେ ଚାଉଳ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ବିଜେଡିର ପ୍ରଚାର କରିବା ଲାଗି ଏପରି ଲେଖା ବ୍ୟାଗ ଦେଉଛି । ରାତି ପାହିଲେ ବେକାର ଯୁବକ/ଯୁବତୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେବେ ସେହି ବ୍ୟାଗଗୁଡିକରେ ଯଦି ଦାଦନମାନେ କପଡାପତ୍ର ନେଇ ଯାଆନ୍ତି କାହାର ସମ୍ମାନ ହାନି ହେବ ବୋଲି ପ୍ରଶ୍ନ କରିଛନ୍ତି ହିତାଧିକାରୀ । କେବଳ ସେତିକି ନୁହେଁ ଉକ୍ତ ବ୍ୟାଗ୍‌ରେ ଶଙ୍ଖ ଚିହ୍ନ ମଧ୍ୟ ରହିଛି ଯାହା ବିଜେଡିର ମାର୍କା ବୋଲି ସେମାନେ ପ୍ରତିବାଦ କରିଛନ୍ତି । ସାଧାରଣ ଲୋକଟିଏ ହେଉ ଅଥବା ଅନ୍ୟ ଦଳର ହେଉଁ ସେମାନେ କଣ ପାଇଁ ବିଜେଡିର ଗୁଣଗାନ ପୂର୍ବକ ବ୍ୟାଗ୍‌କୁ ବ୍ୟବହାର କରିବେ । ବିଜେଡି ତାର ଦଳୀୟ ପ୍ରଚାର କରିବା ଲାଗି ନିର୍ବାଚନ ପୂର୍ବରୁ ଏପରି ଘରେ ଘରେ ଶଙ୍ଖ ଆଉ “ଆମ ଓଡିଶା, ନବୀନ ଓଡିଶା” ଲେଖାଥିବା ବ୍ୟାଗ ଗ୍ରହଣଯୋଗ୍ୟ ନୁହେଁ । ପ୍ରତିବାଦ ସ୍ୱରୂପ ସେଗୁଡିକୁ ସର୍ବସାଧାରଣରେ ପୋଡି ନବୀନ ବିରୋଧି ସ୍ଲୋଗାନ୍ ଦିଆଯାଇ ବିଜେଡିକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଏପରି ପ୍ରତିବାଦ କରାଯାଇଥିବା ଜଣାଯାଇଛି । ସମ୍ମିଳିତଭାବେ ଖାଉଟି ହିତାଧିକାରୀମାନେ ସର୍ବସମ୍ମୁଖରେ ବ୍ୟାଗଗୁଡିକୁ ପୋଡିଥିବା ଦେଖିବାକୁ ମିଳିଛି । ଆଗାମି ନିର୍ବାଚନରେ ବିଜେଡି ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବା ଲାଗି ଖାଉଟି ହିତାଧିକାରୀଙ୍କୁ ଏପରି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଶଙ୍ଖ ଚିହ୍ନ ମିଶ୍ରିତ “ଆମ ଓଡିଶା, ନବୀନ ଓଡିଶା” ଲେଖାଥିବା ବ୍ୟାଗ ଆମର ଦରକାର ନାହିଁ କେବଳ ଚାନ୍ଦବାଲିର ବିକାଶ ଯିଏ କରିବ ସେମାନଙ୍କୁ ଆମେ ସମର୍ଥନ ଜଣାଇବୁ ବୋଲି ସ୍ପଷ୍ଟ ଭାବେ ହିତାଧିକାରୀମାନେ ମତବ୍ୟକ୍ତ କରିଥିଲେ । ଜଣେ ନୁହେଁ କି ଦୁଇଜଣ ନୁହେଁ ୨୦ରୁ ଉର୍ଦ୍ଧ ଖାଉଟି ହିତାଧିକାରୀ ଏକଜୁଟ୍ ହୋଇ ମିଳିତଭାବେ ବ୍ୟାଗଗୁଡିକୁ ପୋଡି ରାଜ୍ୟ ସରକାରଙ୍କୁ କଡ୍ଡା ଜବାବ୍ ଦେଇଥିବା ବେଶ ବାରି ହେଉଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |