ବ୍ୟାନର ଜରିଆରେ ବିଧାୟକଙ୍କୁ କଟୁ ସମାଲୋଚନା କଲେ ଘଣ୍ଟେଶ୍ୱରବାସୀ।

66

କଟକ (ଉତ୍କଳ ନ୍ୟୁଜ ) ୧୩-୦୨-୨୦୨୪ : ବ୍ୟାନର ଜରିଆରେ ବିଧାୟକଙ୍କୁ ସମାଲୋଚନା କଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ଘଣ୍ଟେଶ୍ୱରବାସୀ । ଚାନ୍ଦବାଲି ବିଧାୟକଙ୍କ ଦୁଇ ପାଳିରେ ଘଣ୍ଟେଶ୍ୱରରେ ବିକାଶ ସତେ ଯେପରି ଅପହଞ୍ଚ ହୋଇଛି, ଫଳକରେ ସୀମିତ ରହିଛି ବିକାଶର ଚିତ୍ର। ବିଭିନ୍ନ ପ୍ରକଳ୍ପରେ ଶିଳାନ୍ୟାସ ଓ ଶୁଭଉଦ୍‌ଘାଟନ କରାଯାଉଛି ହେଲେ ବିକାଶ ଯେଉଁଠି ରହିବା କଥା ଆଉ ପାଦେ ଘୁଞ୍ଚୁନି । ଆବାସ ଯୋଜନାରେ ଦୂର୍ନିତୀ, ଚାଳଘର ଥାଇବି ପକ୍କା ଘର ବିଲ ମିଳିଛି, ମନରେଗା ଯୋଜନାରେ ବ୍ୟାପକ ଦୂର୍ନିତୀ, ଷଣ୍ଢଗଡାରୁ ବ୍ରହ୍ମଟିକ୍ରି ରାସ୍ତାରେ ମାଟି ମୁଠେ ନପଡି ବି ବିଲ୍ ଉଠାଣ ହୋଇଛି, ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ପ୍ରଦତ୍ତ ମୋ-ବଗିଚା ଟଙ୍କା ଗାଏବ୍‌, ପାଇଖାନା ନିର୍ମାଣ ନାଁରେ ମିଥ୍ୟା ବିଲ ଉଠାଣ, ବଜରାପୁର ଗ୍ରାମର ଖେଳପଡିଆ ଓ ଉଦ୍ୟାନ ପାଇଁ ଆସିଥିବା କୋଟି କୋଟି ଟଙ୍କା ଉଠାଣ ହୋଇଥିଲେ ବି କାମ ସରିଲାନି, ବଜରାପୁର ଗ୍ରାମର ଯୁବ କ୍ରୀଡାବିତ୍ ମାନଙ୍କ ଖେଳ ସାମଗ୍ରୀ ପାଇଁ ଆସିଥିବା ଟଙ୍କା ଗାଏବ୍‌, ଗୋପିନାଥପୁର ଓ ବଜରାପୁର ପଞ୍ଚାୟତରେ ନାବାଳିକ/ନାବାଳିକା ଏପରିକି ଛାତ୍ରଛାତ୍ରୀମାନଙ୍କ ନାମରେ ଜବ୍ କାର୍ଡ ପ୍ରସ୍ତୁତ କରାଯାଇ ମନରେଗା ଯୋଜନାରେ ଆସିଥିବା ଟଙ୍କା ହରିଲୁଟ୍ କରାଯାଇଥିବା ଏବଂ ଦୂର୍ନିତୀରେ ଦୋଷୀ ସାବ୍ୟସ୍ଥ ହୋଇଥିବା ସରକାରୀ କର୍ମଚାରୀଙ୍କୁ ବିଧାୟକଙ୍କ ପକ୍ଷରୁ ସୁରକ୍ଷା ଦିଆଯାଉଥିବା ଆଦି କଟୁ ସମାଲୋଚନା ପୂର୍ବକ ଘଣ୍ଟେଶ୍ୱର ବଜାରରି ବେନର ଲଗାଇ ବିଧାୟକଙ୍କୁ ଏପରି ସିଧାସଳଖ ପ୍ରତିବାଦ କରା ଯାଇଛି । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରାଯାଉଛି, ବିଧାୟକ ଆସୁଛନ୍ତି ଆଉ ଶହଶହ ଲୋକଙ୍କୁ ଭକୁଆ ବନେଇ ଦଳର ପ୍ରଚାର କରୁଛନ୍ତି ଯାହାକୁ ନେଇ ଘଣ୍ଟେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏପରି ବେନର ଜରିଆରେ ବିଧାୟକଙ୍କ ବିକାଶର ଚିତ୍ର ପ୍ରତିପାଦନ କରାଯାଇଥିବା ବେନରୁ ବେଶ ବାରି ହୋଇଛି । ଗତକାଲି ଚାନ୍ଦବାଲି ବିଧାୟକ ଏହି ଅଞ୍ଚଳକୁ ଆସିଥିଲେ ଏବଂ ଏହି ମଞ୍ଚ ପକ୍ଷରୁ ବେନର ମାଧ୍ୟମରେ ଏପରି ବିରୋଧ କରା ଯାଇଥିଲା । ଯାହାକୁ ନେଇ ବଜରାପୁର ଏବଂ ଗୋପିନାଥପୁର ପଞ୍ଚାୟତରେ ଆମ ଓଡିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଲୋକଙ୍କ ପ୍ରତି ବିଧାୟକଙ୍କ ଏତେ ଭୟ କାହିଁକି । ଯଦି ଆପଣ ବିକାଶ କରିଛ ତେବେ ବେନରକୁ ଦେଖି ଭୟ କରୁଛ କଣ ପାଇଁ । ଆଗାମି ନିର୍ବାଚନରେ ଘଣ୍ଟେଶ୍ୱରବାସୀ ଏହାର ଉଚିତ ଜବାବ୍ ଦେବେ ବୋଲି ଏହି ମଞ୍ଚ ପକ୍ଷରୁ ଚେତାବନି ଦିଆଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |