ରେଳ ଧାରଣା ପାଶ୍ୱର୍ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପୁଅ |

233

କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା-ମହରମପୁର ରାସ୍ତା ରେଳ ଧାରଣା ନିକଟରୁ ଜନୈକ ବୃଦ୍ଧଙ୍କର ମୃତ ଦେହ ଉଦ୍ଧାର କରା ଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ତ।।ଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅଲିନଗର ନିକଟରେ ଘର କରି ସପରିବାର ରହୁଥିବା ବିଜୟ ନାୟକ (୬୮) ସୋମବାର ସକାଳ ୯ଟାରୁ ଘରୁ ବାହାରି ଆସିଥିଲେ । ତେବେ ଅପରାହ୍ନରେ ତାଙ୍କ ମୃତ ଦେହ ରେଳ ଧାରଣା ପାଖରେ ପଡ଼ିଥିବା ଖବର ମିଳିଥିଲା । ତାଙ୍କ ବାଇକ୍ ଓ ହେଲମେଟ୍ ମଧ୍ୟ ଘଟଣା ସ୍ଥଳରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣା ପାଖରେ ପକାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ତାଙ୍କ ଶବ ଭଦ୍ରକରେ ବ୍ୟବଚ୍ଛେଦ କରାଯାଇ ଶେଷକୃତ୍ୟ ପାଇଁ ପୁରୀ ନିଆ ଯାଇଛି । ତାଙ୍କର ପୈତୃକ ଘର ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରରେ ଅଟେ । ତେବେ ସେ ଗତ ୮ ବର୍ଷ ହେଲା ଅଲିନଗରରେ ଘର କରି ରହୁଥିଲେ । ପୂର୍ବତନ ଦୋଳସାହି ସରପଞ୍ଚ ରାଜେନ୍ଦ୍ର ଜେନାଙ୍କର ସେ ଭିଣୋଇ ଅଟନ୍ତି । ତାଙ୍କର ଜଣେ ପୁଅ ଓ ଦୁଇ ଝିଅ ଅଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।