ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କାନପୁରରେ “ଗ୍ରାମ ପରିକ୍ରମା ଯାତ୍ରା” |

182

କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୪ : କୃଷି ଓ କୃଷକ ପାଇଁ ରାଜ୍ୟର ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । କୃଷି ପାଇଁ ଜଳ ସେଚନର ବ୍ୟବସ୍ଥା ନାହିଁ । ଯାହାବି ଯୋଜନା ପ୍ରଣୟନ କରାଯାଇଥିଲା ତାହାର ମରାମତି କରାଯାଉନି । କୃଷୀ ବୀମା ମଧ୍ୟ ଏକ ପ୍ରହସନରେ ପରିଣତ ହୋଇଛି । କୃଷକର ଅମଳ ଶସ୍ୟକୁ ମହଜୁଦ୍ କରିବା ଲାଗି ଶୀତଳ ଭଣ୍ଡାର ନାହିଁ । ୯୦ରୁ ଉର୍ଦ୍ଧ ପ୍ରତିଶତ ଶୀତଳ ଭଣ୍ଡାର ଦିର୍ଘ ବର୍ଷ ଧରି ଅଚଳ ହୋଇ ପଡିଛି ଯାହାର ମରାମତି ଲାଗି କୌଣସି ଉଦ୍ୟମ କରୁନି ରାଜ୍ୟ ସରକାର । କୃଷକ ତା’ର ଅମଳ ଶସ୍ୟକୁୁ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛି । ଭୋଟ ବ୍ୟାଙ୍କ ବୃଦ୍ଧି କରିବା ଲାଗି ଲୋକଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରିବାରେ ଲାଗିଛି । ସେସବୁ ଯୋଜନା କାର୍ଯ୍ୟକାରୀ କରିବାରେ ତଳିଆ କର୍ମୀ ନିୟୋଜିତ ହେଉଛନ୍ତି ଏବଂ ସରକାରୀ ଅର୍ଥକୁ ତୋଷାରପାତ କରୁଛନ୍ତି । ମହିଳା ମାନଙ୍କୁ ଅସ୍ତ୍ର କରି ବିଜେଡି ଯେପରି ଭାବେ ଭୁଆଁ ବୁଲାଉଛି ତାହାର ଉଚିତ ଜବାବ୍ ଦେବାର ସମୟ ଆସିଛି । ଆସନ୍ତା ନିର୍ବାଚନରେ ବିଜେଡିକୁ ପ୍ରତିହତ କରି ଡବଲ୍ ଇଞ୍ଜିନ୍ ସରକାର ଗଢିବା ଲାଗି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ପୀରହାଟ କାନପୁର ପଡିଆରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ “ଗ୍ରାମ ପରିକ୍ରମା ଯାତ୍ରା”ରେ ଏପରି ମତପ୍ରକାଶ ପାଇଛି । ଏହି ପରିପ୍ରେକ୍ଷିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆବାସୀ ମାଧ୍ୟମରେ ମୋଦିଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଉପେନ୍ଦ୍ର ରାଉଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥିଭାବେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ, ସମ୍ମାନୀତ ଅତିଥିଭାବେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ଜିଲ୍ଲା ପ୍ରଭାରୀ ଯତିନ୍ଦ୍ର ବିଶ୍ୱାଳ, ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ବରିଷ୍ଠ ନେତା ମଙ୍ଗରାଜ ନାୟକ, ଲଙ୍କେଶ୍ୱରୀ ମଣ୍ଡଳର ସଭାପତି ରାଜାରାମ ମହାକୁଡ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଦୁର୍ଗା ଚରଣ ନାୟକ, ରଘୁନାଥ ପାତ୍ର, ନାରୀନେତ୍ରୀ ସୁମିତ୍ରା ପାଣି, କାହ୍ନୁଚରଣ ବେହେରା, ଓ ମୁକ୍ତିକାନ୍ତ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବା ସହିତ ଆଗାମି ନିର୍ବାଚନରେ ବିଜୟ ହାସଲ କରିବା ଲାଗି ତୃଣମୂଳ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଚାଷ କାର୍ଯ୍ୟରେ ନିଜକୁ ସଫଳତା ପ୍ରମାଣ କରିଥିବା ୨୦ ଜଣ କୃଷକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ବିଶ୍ୱାଳ, ନାରୀନେତ୍ରୀ ମାଳତୀ ସାହୁ, ବାମନବିନ୍ଧା ସରପଞ୍ଚ ଅଜୟ ମହାନ୍ତି, ସେବା ସମବାୟ ସମିତି ସଭାପତି ରାଜେନ୍ଦ୍ର ଦାସ, ମୈରାଜ ସାହାଜୀ, ଶୁସାନ୍ତ ନାୟକ, ଶଙ୍କର୍ଷଣ ଜେନା, ଶ୍ରୀଧର ଦାସ, ପଦ୍ମନାଭ ଦାସ, କାହ୍ନୁଚରଣ ପାଢୀ, ଖାରବେଳ ମହାକୁଡ, ଗଙ୍ଗାଧର ପରିହାରୀ, ଶରତ ପାଣ୍ଡବଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |