ଫେବୃଆରୀ ୧୬ରେ ଭାରତ ବନ୍ଦ ପାଇଁ କୃଷକ ସଭାର ପ୍ରସ୍ତୁତି ବୈଠକ |

143

କଟକ (ଉତ୍କଳ ନ୍ୟୁଜ ) ୧୦-୦୨-୨୦୨୪ : ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ପାଇଁ କୃଷକ ସଭାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମୋଦି ସରକାର ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ସମ୍ବିଧାନର ସୁରକ୍ଷା, ସଂଘୀୟ ବ୍ୟବସ୍ଥାର ସୁରକ୍ଷା, ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟଯୁକ୍ତ ଆଇନ୍ ପ୍ରଣୟନ କରିବା, ସମସ୍ତ କୃଷକମାନଙ୍କ କୃଷି ଋଣ ଛାଡ କରିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ୍ କରିବା ଆଦି ଦାବିନେଇ ଆସନ୍ତା ଫେବୃଆରୀ ୧୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଚାନ୍ଦବାଲି ବ୍ଲକରେ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଭାର ପ୍ରସ୍ତୁତି ବୈଠକ ମତୋ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବରିଷ୍ଠ ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା ଅଧ୍ୟକ୍ଷତା କରିଥିବା ବେଳେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ବ୍ଲକ ସଂପାଦକ ଗୌରାଙ୍ଗ ଯେନା, ବ୍ଲକ କମିଟି ସଭ୍ୟ ଜୟୀରାମ ଦାସ, କୀର୍ତ୍ତନ ବିଶ୍ୱାଳ, ଗଙ୍ଗାଧର ମହାଳିକ, ଫକୀର ସ୍ୱାଇଁ, ଦିବାକର ସେନାପତି, ସୁବାଷ ସ୍ୱାଇଁ, ଶଙ୍କର୍ଷଣ ବିଶ୍ୱାଳ, ସୃଷ୍ଟି ବିଶ୍ୱାଳ, ବିପ୍ରଚରଣ ସେଠୀ,ବାଇଧର ସେଠୀ, ଶୁକଦେବ ଜେନା ପ୍ରମୁଖ ଯୋଗଦେଇ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ଏହି ବନ୍ଦ ଆନ୍ଦୋଳନକୁ ଚାନ୍ଦବାଲି ଅଞ୍ଚଳବାସୀ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |