ନ୍ୟାୟପାଇଁ ସାମ୍ବାଦିକ ସମ୍ମିଳନୀ କଲେ ଶ୍ରୀମତୀ ଝୁମା ବୋଷ ।

310

କଟକ (ଉତ୍କଳ ନ୍ୟୁଜ ) ୧୦-୦୨-୨୦୨୪ : ବିଭିନ୍ନ ସମସ୍ୟା ନେଇ ଦୁର୍ନୀତି ଚୌଦ୍ୱାର କଲେଜ ପିଛା ଛାଡୁନି । ପୁଣି ଏକ ଦୁର୍ନୀତି ଅଭିଯୋଗ ଆସିଛି ଖୋଦ୍ କଲେଜ୍ ର ଅଧକ୍ଷ ଙ୍କ ନାମରେ । ନ୍ୟାୟପାଇଁ ସାମ୍ବାଦିକ ସମ୍ମିଳନୀ କଲେ ଶ୍ରୀମତୀ ଝୁମା ବୋଷ । ଚୌଦ୍ୱାର କଲେଜ୍ କ୍ୟାଣ୍ଟିନ୍ ର ପରିଚାଳକ ଝୁମା ବୋଷ । କଲେଜ୍ ପରିସରରେ ୨୦୨୨ ମସିହା ଅଗଷ୍ଟ ମାସରୁ କ୍ୟାଣ୍ଟିନ୍ ର ଦାୟିତ୍ଵ ନେଇ ନିୟମାନୁଯାୟୀ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ପ୍ରଦାନ କରି ଆସୁଛନ୍ତି ।ତେବେ କଲେଜର ଅଧକ୍ଷ ଉମେଶ ଚନ୍ଦ୍ର ଦେବତା ନିଜର କ୍ଷମତା ଦେଖାଇ କ୍ୟାଣ୍ଟିନ୍ ରୁ ଲଞ୍ଚ ଓ ଡିନର ପ୍ରତିଦିନ ନେଉଥିଲେ ।ଏପରିକି ଅଧକ୍ଷ ଙ୍କ ଘରେ କୌଣସି କାର୍ଯ୍ୟ ହେଲେ ଝୁମା ଦେବୀଙ୍କୁ ତାଙ୍କ ଘର ରସୋଇ ପାଇଁ ମଧ୍ୟ ବାଧ୍ୟ କରିଥିଲେ ।ଏକ କାର୍ଯ୍ୟ କ୍ରମରେ ୪୦ ଜଣ ଙ୍କ ଖାଦ୍ୟ କ୍ୟାଣ୍ଟିନ୍ ରେ ବନାଇ ଦେଇଥିଲେ । ଏହି ସବୁ ଖାଦ୍ୟ ବାବଦ କୁ ସେ କଲେଜ୍ ଅଧକ୍ଷ ଙ୍କ ଠାରୁ ପ୍ରାୟ ୬୫ ହଜାର ଟଙ୍କା ପାଇବାର ଅଛି ବୋଲି କହିଛନ୍ତି । ଅନ୍ୟପକ୍ଷେ କଲେଜ୍ ପକ୍ଷରୁ ତାଙ୍କୁ କ୍ୟାଣ୍ଟିନ୍ ଦାୟିତ୍ଵ ଦିଯାଇଥିବା ରୁ ଏଥିପାଇଁ କଲେଜ ର କିଛି ଉନ୍ନୟନ କାର୍ଯ୍ୟ ପାଇଁ ୨୫ ହଜାର ଟଙ୍କା ଅଧ୍ୟକ୍ଷଙ୍କ ଦାବି ଅନୁଯାୟୀ ତାଙ୍କୁ ଦେଇଥିଲେ ।କିନ୍ତୁ ଏ ନେଇ ଅଧକ୍ଷ ଉମେଶ ଚନ୍ଦ୍ର ଦେବତା ତାଙ୍କୁ କଲେଜ୍ ପକ୍ଷରୁ କୌଣସି ରସିଦ ଦେଇ ନଥିଲେ । କ୍ୟାଣ୍ଟିନ୍ ର ପଞ୍ଜୀକୃତ ସମୟ ସାରି ଯାଇଥିବାରୁ ସେ ଅଧକ୍ଷ ଙ୍କ ପାଖକୁ ବାରମ୍ବାର ଯାଇଥିଲେ ମଧ୍ୟ ଉକ୍ତ ଟଙ୍କାର ରସିଦ କିମ୍ବା ପଞ୍ଜୀକୃତ ନ କରି ତାଙ୍କୁ ବାରମ୍ବାର ବିଭିନ୍ନ ପ୍ରକାର ଧମକ ଦେଇ ମେଣ୍ଟାଲ ହାରାସମେଣ୍ଟ କରି ଆସୁଥିଲେ । କିଛିଦିନ ତଳେ କଲେଜ୍ ଅଧ୍ୟକ୍ଷଙ୍କ ଅନ୍ୟତ୍ର ବଦଳି କଥା ଶୁଣି ସେ କ୍ୟାଣ୍ଟିନ୍ ପଞ୍ଜୀକୃତ ,୨୫ ହଜାର ଟଙ୍କାର ରସିଦ ଓ ବାକି ଖାଇଥିବା ଖାଦ୍ୟର ଟଙ୍କା ମାଗିଥିଲେ । ଅଧକ୍ଷ ସମସ୍ତ କଥାକୁ ଅସ୍ୱୀକାର କରିବା ସହ ତାଙ୍କୁ ଗୁଟଖା,ସିଗାରେଟ ବିକୁଥିବା ର ମିଛ ଆରୋପ ଲଗାଇ କଲେଜ୍ ରୁ ବାହାର କରିଦିଆଯିବ ବୋଲି ଅଧ୍ୟକ୍ଷ ଧମକ ଦେଇଥିଲେ । ଶେଷରେ କଲେଜ୍ ପକ୍ଷରୁ କୌଣସି ସାହାଯ୍ୟ ନପାଇବାରୁ ଅନ୍ୟ ଉପାୟ ନ ପାଇ ଉକ୍ତ ଘଟଣାକୁ ନେଇ ନ୍ୟାୟପାଇଁ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।ତାଙ୍କ ଅଭିଯୋଗ ପରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଦିଆଯାଇ ତାଙ୍କୁ କଲେଜ୍ କ୍ୟାଣ୍ଟିନ୍ ରୁ ବାହାର କରିଦିଆଯିବ ବୋଲି ଅଧ୍ୟକ୍ଷ ତାଙ୍କୁ ଧମକ ଦେଇଥିବାରୁ ଜୁମା ବୋଷ ଶୁକ୍ରବାର ବ୍ରହ୍ମପୁର ସ୍ଥିତ ତାଙ୍କ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଏହି ସମସ୍ତ ବିଷୟ ଜଣାଇ ନ୍ୟାୟ ପାଇବାକୁବ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ଚୌଦ୍ୱାର କଲେଜ୍ ଅଧକ୍ଷ ଉମେଶ ଚନ୍ଦ୍ର ଦେବତା ଏସବୁ ଅଭିଯୋଗ ମିଥ୍ୟା ବୋଲି କହିବା ସହ ସେ ମଧ୍ୟ ଏନେଇ ଚୌଦ୍ୱାର ଥାନାରେ ଅଭିଯୋଗ ଦେବେ ବୋଲି କହିଛନ୍ତି ।