ପାଳିଆବିନ୍ଧା ଓ ନୂଆନନ୍ଦରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର |

32

କଟକ (ଉତ୍କଳ ନ୍ୟୁଜ ) ୯-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ଓ ନୂଆନନ୍ଦରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍‌ଚଳ ଭତ୍ତିଭୂମିର ବିକାଶ ଦିଗରେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ସମାଜସେବୀ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆମ ଓଡିଶା, ନବୀନ ଓଡିଶାର ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ ଦାସ, ସରପଞ୍ଚ ଯଶୋଦା ମଲିକ, ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ, ପୂର୍ବତନ ସରପଞ୍ଚଅର୍ଚ୍ଚନା ନାୟକ, ସମାଜସେବୀ ବସନ୍ତ ନାୟକ, ସମିତି ସଭ୍ୟ ଆଡଭୋକେଟ ଚିନ୍ତାମଣି ଦାସ, ପୂର୍ବତନ ସମିତି ସଭ୍ୟ ନବକିଶୋର ମଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ପୂର୍ବତନ ସମବାୟ ସମିତି ସଭାପତି ସୁଧନ୍ୱା ନାୟକ, ନାଏବ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ସାହୁ, ରଂଜିତ ନାୟକ, ଅମିୟ ରଂଜନ ମଲିକ ଓ ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ନବୀନ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ଯୋଜନା ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅତିଥିମାନେ ନିବେଦନ କରିଥିଲେ । ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ଅଙ୍ଗନୱାଡି କର୍ମୀ ପ୍ରମୁଖଙ୍କୁ ଅତିଥିମାନେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ନୂଆନନ୍ଦପଞଚାୟତରେ ସମାଜସେବୀ ନୀଳମଣି ସାହୁଙ୍କ ପୌରୋହିତ୍ୟ ଓ ଯୁବ ସମାଜସେବୀ ଅମର କୁମାର ମଳିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯର୍୍ୟକ୍ରମରେ ଜିଲା ସଂଯୋଜକ ଡାକ୍ତର ସଞ୍ଜୟ କୁମାର ଦାସ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ସୁଶାନ୍ତ ମଳିକ, ସୁବୋଧ ମିଶ୍ର, ପୂର୍ବତନ ପାଳିଆବିନ୍ଧା ସମବାୟ ସମିତି ସଭାପତି ସୁଧନ୍ୱା ନାୟକ, ଅମୂଲ୍ୟ ଦାସ, ଅଶୋକ ମହାପାତ୍ର, ଅମୂଲ୍ୟ ସାହୁ, ଉପେନ୍ଦ୍ର ପୃଷ୍ଟି ପ୍ରମୁଖ ଅତିଥିମାନେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି ବୋଲି କହିଥିଲେ । ଏହି ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏମବିକେ ପ୍ରଭାତି ବେହେରା, ସିଆରପି ମଧୁସ୍ମିତା ସାହୁ, ଉର୍ବଶୀ ପୃଷ୍ଟି, ମାମିନା ଦାସ, ସସ୍ମିତା ବେହେରା, ସଞ୍ଜୁଲତା ବଳ, ବିଣାପାଣି ବୈୟାରୀ, ହେମନ୍ତ ସାହୁ, ଅଭୟ ମଲିକ, ଭକ୍ତହରି ଦାସ, ଯଶୋଦା ଦାସ, ଅକ୍ଷୟ ଦାସ, ଶରତ ମଲିକ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |