ନକଲି ୟାଇ ଫର୍ମ ରେ ଚାଲିଛି ଶହ ଶହ ହାଇବା ବାଲି ଉଠାଣ, ଚୁପ ବସିଛି ପ୍ରଶାସନ |

56

କଟକ (ଉତ୍କଳ ନ୍ୟୁଜ ) ୯-୦୨-୨୦୨୪ : ସରକାର ଙ୍କ ରାଜସ୍ବ ଲୁଟିବାକୁ ମାଫିଆ ଆପଣାଉଛନ୍ତି ନୁଆଁ ନୁଆଁ ତରିକା l କେତେବେଳେ ନକଲି ରସିଦ ତ କେତେବେଳ ଭୁଲ କାଗଜ ପତ୍ର ଦେଖାଇ ଲଘୁ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି ମାଫିଆ l ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅଧୀନ ଭିମପୁର ବାଲି ଘାଟରେ l ଏଠି ଗୋଟିଏ ୟାଇ ଫର୍ମ ରେ ଉଠୁଛି ସହ ସହ ହାଇବା ବାଲି l ଦିନ ରେ କେବଳ ଦଶ ରୁ ବାରଟି ୟାଇ ଫର୍ମ ବାବଦରେ ସରକାର ଙ୍କୁ ରାଜସ୍ବ ଦିଆଯାଇ ଅନ୍ୟାସବୁ ବାଲି ଗାଡି ମନଇଚ୍ଛା ଲୁଟୁଛନ୍ତି ମାଫିଆ l ଯାହାର ପ୍ରମାଣ ଲାଗିଛି ଉତ୍କଳ ନିୟୁଜ ହାତରେ l ଦେଖନ୍ତୁ ଏହି ୟାଇ ଫର୍ମ କୁ ଗତ ଡିସେମ୍ବର ୩୧ ରେ ଭିମପୁର ବାଲି ଘାଟରୁ ବାଲି ଉଠାଣ ଲାଗି କଟାଯାଇଛି l କିନ୍ତୁ ଏହି ୟାଇ ଫର୍ମ ରେ ରହିଥିବା ବାର କୋଡ଼କୁ ସ୍କାନ କଲେ ଅନ୍ୟ ଏକ ଗାଡି ନମ୍ବର ଦେଖାଯାଉଛି l ତେବେ ଗୋଟିଏ ୟାଇ ଫର୍ମ ରେ ବେଆଇନ ଭାବେ ବାରମ୍ବାର ନମ୍ବର ବଦଳାଇବା ସହ ଅସଲି ୱାଇ ଫର୍ମ ର ବାର କୋଡ଼ ଲଗାଇ ସହ ସହ ହାଇବା ବାଲି ଘାଟରୁ ଏହି ତରିକାରେ ଉଠାଯାଉଥିବା ଆଲୋଚନା ହେଉଥିବା ବେଳେ ଅଞ୍ଚଳରେ ମାଇନିଂ ବିଭାଗର କୌଣସି ଯାଞ୍ଚ ନହେବା କାରଣରୁ ଏହିଭଳି ବେଆଇନ ବାଲି ଚାଲାଣ ବୃଦ୍ଧି ପାଉଥିବା ଆଲୋଚନା ହେଉଛି l ତେବେ ଘଟଣା ନେଇ ଆମେ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ l ଗଞ୍ଜାମ ରୁ ସନ୍ତୋଷ କୁମାର ସ୍ବାଇଁଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |