ବିଲଣାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର |

100

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବିଲଣାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଗାଁଗଣ୍ଡାରେ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରାୟତଃ ଦେଖି ମିଳୁନଥିଲା । ରାଜ୍ୟର ନବୀନ ପଟ୍ଟନାୟକ ଶାସନ ପରଠାରୁ ସାମଗ୍ରୀକ ଉନ୍ନତି ହେବାରେ ଲାଗିଛି । ମାଆକୁ ସମ୍ମାନ ଆଉ ଗାଁକୁ କାମର ନାରାଦେଇ ବିଜେଡି ସରକାର ବହୁ ପ୍ରକଳ୍ପ ହାତକୁ ନେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧା ଯୋଗାଇବାରେ ପୂର୍ଣ୍ଣ ସକ୍ଷମ ହୋଇଛି ରାଜ୍ୟ ସରକାର । ତେବେ କିଛି ବର୍ଷ ହେବ ହାତପାହାନ୍ତରେ ରୋଗୀ ସେବା ଓ ଫାଇଭ-ଟିରେ ସାମିଲ ଶିକ୍ଷାନୁଷ୍ଠାନର ନବକଳେବର କରାଯାଇଛି । ତେବେ ଗମନାଗମନରେ ଏକ ପ୍ରକାର ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଇଛି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ପୂର୍ଣ୍ଣ ସଫଳତା ହାସଲ କରିଛି ରାଜ୍ୟ ସରକାର । କମ୍ ସୁଧ ହେଉ ଅଥବା ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା ନେଇ ମହିଳାମାନେ ବିଭିନ୍ନ ବ୍ୟବସାୟ କରି ପରିବାର ପୋଷଣ କରିବାରେ ସକ୍ଷମ ହୋଇ ପାରିଛନ୍ତି । ବିଏସକେୱାଇ ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାମାନଙ୍କୁ ପାଇଁ ୧୦ ଲକ୍ଷ ଟଙ୍କାର କାର୍ଡ ସୁବିଧା କରାଯାଇଛି । ବୃହତ୍ ନଦୀରେ ସେତୁ ନିର୍ମାଣ ସହ ଚାଷୀ ଓ ଚାଷର ଉନ୍ନତି ଆଣିବା ଦିଗରେ ସରକାର ବହୁବିଧ ଉଦ୍ୟମ ଜାରି ରଖିଛନ୍ତି । ସବୁଠୁ ବଡ କଥା ହେଉଛି ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସରେ ପରିଣତ ହୋଇଛି ବୋଲି ମୁଖ୍ୟ ଅତିଥିଭାବେ ପୂର୍ବତନ ଚାନ୍ଦବାଲି ବିଧାୟକ ବିଜୟ କୁମାର ନାୟକ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ସମ୍ମାନୀତ ଅତିଥିଭାବେ ଆମ ଓଡିଶା, ନବୀନ ଓଡିଶାର ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ କୁମାର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅବନ୍ତୀ ଦାସ, ପୂର୍ବତନ ଅଧ୍ୟକ୍ଷ ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ ପବିତ୍ରା ବିଶ୍ୱାଳ, ସମିତି ସଭ୍ୟ ଭାଗିରଥି ମଳିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା କରାଯାଇଥିବା ବକ୍ତବ୍ୟ ରଖିଥିଲେ । ଏହା ବ୍ୟତିତ ଯଦି କାହାରି କୌଣସି ସମସ୍ୟା ଅଥବା ମୌଳିକ ସୁବିଧାରୁ ବଞ୍ôଚତ ରହିଥା’ନ୍ତି ତେବେ ଏହି ସଚେଚନତା ଶିବିର ମାଧ୍ୟମରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଡାକ୍ତର ଭାରତୀ ମଞ୍ଜରୀ ପାଢୀ, ସ୍ୱାସ୍ଥ୍ୟ କର୍ମୀ ନିତ୍ୟାନନ୍ଦ ମହାଲିକ୍‌, ଓଡିଶା ଜୀବିକ ମିଶନର ସ୍ନିଗ୍ଧାରାଣୀ ନାୟକ, ମାନସୀ ପରିଡା, ମିଶନଶକ୍ତିର ମାନସୀ ପରିଡା ଓ ଅଞ୍ଜନା ନାୟକ ପ୍ରମୁଖଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱରଞ୍ଜନ ନାୟକ, ଶିଶିର ପଣ୍ଡା, ରଞ୍ଜନ ମଳିକ, ଶରତ ମଳିକ, ଗୋପିନାଥ ପଣ୍ଡା, ସରୋଜ ନାୟକ, ଗୋବର୍ଦ୍ଧନ ବିଶ୍ୱାଳ, ବନବୀର ପରିଡା, ଲିପୁନୁ ମହାଳିକ, ଜୟହନୁମାନ ମହିଳା ମହାସଂଘର ସଭାନେତ୍ରୀ ସଞ୍ଜୁକ୍ତା ନାୟକ, ସଞ୍ଜୁଲତା ନାୟକ, ଲୀନା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଆଜି ବାରୋ, କାଁପଡା ଓ ଶ୍ୟାମସୁନ୍ଦପୁର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |