ମାଟିଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ , ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ।

19

କଟକ (ଉତ୍କଳ ନ୍ୟୁଜ ) ୦୫-୦୪-୨୦୨୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ନୀଳ ଗଗନ ମେହେର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷl ଶ୍ରୀମତୀ ସବିତା ମେହେର ,ଉପ।ଧକ୍ଷ ପ୍ରମୋଦ ବେହେରା, ଜିଲ୍ଲା ପରିଷଦ ସଭ୍ୟl ସଂଗୀତା ଖର୍ସେଲ , ସମିତି ସଭ୍ୟl ଭୂମିସୁତା ଶବର , ନlଏବ ସରପଞ୍ଚ ବାସନ୍ତୀ ପାତ୍ର, ବିଡିଓ ଦେବାଶିଷ କର , ବିଏସଏସ ଓ ତୁଷାର ରଞ୍ଜନ ସାହୁ, ବିସିସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ପୂର୍ବତନ ବ୍ଲକ ଅଧକ୍ଷ ରଶ୍ମି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କରଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନିକୁନି କଳାକାରଙ୍କ ଦ୍ବାରା ରସ ଜାମୁଡାଲି ଗୀତରେ ଓ ନାଚରେ ଦର୍ଶକ ଝୁମିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶିକ୍ଷାବିତ ,ସମାଜସେବୀ ,ପ୍ରକୃତି ବନ୍ଧୁ ଏବଂ କୃଷକଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବଣିଜରା ଜିଆରଏସ ଶଶାଙ୍କ ଶେଖର ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ସମାଜସେବୀ ଦେବେନ୍ଦ୍ର ମେହେର , ଜିଆରଏସ ଭାଗିରଥି ଧଙ୍ଗଡ଼ା ମାଝୀ, ଯୋଗାଣ ସହାୟକ କୈଳାସ ଚନ୍ଦ୍ର ପାଣ୍ଡେ, ସୁଶାନ୍ତ ନାଏକ ତଥା ପଞ୍ଚାୟତ କର୍ମଚାରୀ ବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପିଇଓ ଭାବଗ୍ରାହୀ ମେହେର। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l