ବିଏନଏମଏ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ, ଆମକୁ ନନେଲେ ଏଇ ରାସ୍ତା କୌଣସି କଲେଜ ଗାଡି ଛାଡିବୁନି ଦାବିରେ ରାଜରାସ୍ତାରେ ହରତାଳ।

29

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଂଚି ନାରାୟଣ ମାଧବାର୍ଜୁନ କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଣିତାଲରେ ଅନୁଷ୍ଠିତ ହେବାକୁ ଥିବା ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯିବାକୁ ସୁବିଧା ନମିଳିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥ ପାଳିଆବିନ୍ଧା ସେବା ସମବାୟ ସମିତି ନିକଟସ୍ଥ ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମସ୍ତ ବସଗୁଡିକୁ ଅଟକାଇଥିଲେ । ଆମକୁ ନନେଲେ ଏଇ ରାସ୍ତା କୌଣସି କଲେଜ ଗାଡି ଛାଡିବୁନି ଦାବିରେ ରାଜରାସ୍ତାରେ ହରତାଳ କରିଥିଲେ ଶତାଧିକ ଛାତ୍ରଛାତ୍ରୀ । ରାଣିତାଲରେ ଅନୁଷ୍ଠିତ ହେବାକୁ ଥିବା ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ସମସ୍ତଙ୍କର ଇଛା । ଏନେଇ କଲେଜରେ ଦିର୍ଘ ଦୁଇମାସ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଛନ୍ତି । କିଛିଦିନ ପୂର୍ବରୁ ସେମାନଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଆଜି ବସରେ ଯିବା ବେଳକୁ ତାଙ୍କ ନାମରେ ଅନ୍ୟମାନେ କାର୍ଯ୍ୟକ୍ରମକୁ ଯାଇଥିବା ଜାଣିବାକୁ ପାଇଥିଲେ । ଅନ୍ୟପଟେ ପ୍ରତି କଲେଜରୁ ୫୭୦ ଜଣ ଛାତ୍ରଛାତ୍ରୀ ଯିବାକୁ ଅନୁମତି ମିଳିଥିବା ବେଳେ କଲେଜ କର୍ତ୍ତୃପକ୍ଷ ସମସ୍ତଙ୍କୁ ଯିବା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଧିକାଂଶ ଛାତ୍ରଛାତ୍ରୀ ଆସିନଥିବା ବେଳେ ୫୭୦ ଜଣ ଛାତ୍ରଛାତ୍ରୀଙ୍କ ବ୍ୟତିତ ଆହୁରି ଦୁଇ ଶହରୁ ଉର୍ଦ୍ଧ ଆସିଥିଲେ । ସେମାନଙ୍କୁ ସୁଯୋଗ ନମିଳିବାରୁ ରାଜ୍ୟ ରାଜପଥରେ ଏପରି ହରତାଳ କରାଯାଇଥିବା ଜଣାଯାଇଛି । କଲେଜ ଅଧ୍ୟକ୍ଷ ଡ. ଅମୁଲ୍ୟ ପରିଡା ସେମାନଙ୍କୁ ବୁଝାଇଥିଲେ । ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସମସ୍ତ ଆସିନଥିଲେ । ସକାଳେ କମ୍ ଆସିଥିବା ନେଇ ଅନ୍ୟ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କ ଆଇକାର୍ଡ ଦେଇ ଗାଡିରେ ବସେଇ ଦେଇଥିଲେ । ମାତ୍ର ପରେ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଆସିଥିଲେ ଯାହାକୁ ନେଇ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଯେତେ ବୁଝାଇଥିଲେ ମଧ୍ୟ ସେମାନେ ରାଜି ହୋଇନଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କ ସେଠାକୁ ଯିବାର ସୁବିଧା ନମିଳିଲେ ଚାନ୍ଦବାଲି, ଘଣ୍ଟେଶ୍ୱର ଓ ତିହିଡି ଆଦି କଲେଜରୁ ଆସିଥିବା ସମସ୍ତ ଗାଡିକୁ ସେଠାରେ ଅଟକାଇ ହରତାଳ କରାଯାଇଥିଲା । ପରେ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ ଅନ୍ୟନ୍ୟ କର୍ମକର୍ତ୍ତା ଓ ବିଡିଓ ଜ୍ୟୋତିର୍ମୟ କର ଘଟଣା ସ୍ଥଳରେ ପହଂଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହିତ ଅନ୍ୟ ଏକ ବସ ଯୋଗାଡ କରି ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |