ଭଦ୍ରକର ଲୋକ ମହୋତ୍ସବ ଭଦ୍ରାୟଣୀ ପରେ ଅବହେଳିତ ଜଗନ୍ନାଥ ପଦାରେ ପଡିଲା ପ୍ରଶାସନିକ ଧନ୍ଦାଫିକର ।

106

କଟକ (ଉତ୍କଳ ନ୍ୟୁଜ ) ୦୧-୦୨-୨୦୨୪ : ଶେଷ ହୋଇଛି ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ । ଜିଲ୍ଲାପାଳଙ୍କ ସମେତ ବିଧାୟକ, ସାଂସଦ ଓ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ଆସରରେ କମ୍ପୁଥିଲା ଭଦ୍ରକ ସହର । ମହୋତ୍ସବରେ ପାତର ଅନ୍ତରକୁ ନେଇ ବିଭିନ୍ନ ସମୟରେ ପ୍ରଶାସନ ଓ ରାଜନେତାଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦିଆଯାଉଥିବା ଶୁଣିବାକୁ ମିଳୁଥିବା ବେଳେ ସୁବିଧା ସୁଯୋଗ ପାଇଥିବା ଲୋକେ କିନ୍ତୁ ବେଶ ଖୁସିରେ ଥିଲେ । ନିଜର ନାଁ କମେଇବା ଲାଗି କେତେକ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ହାତବାରିଶ୍ ସାଜିଥିଲେ । ଆଉ କେତେକ ଲୋକେ ସମୟ ଅତିବାହିତ କରିବା ଲାଗି ସଂଧ୍ୟାରେ ଭିଡ ମଧ୍ୟ ଜମାଉଥିଲେ । ଓରମାସ ଓ ଜିଲ୍ଲା କୃଷି ବିଭାଗ ସହଭାଗିତାରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା । ରାଜ୍ୟର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଅନେକ ଦୋକାନ ବଜାର ମଧ୍ୟ ଖୋଲିଥିଲା । ପ୍ରତ୍ୟକ ଦିନ ବଲିଉଡ୍ ଓ ହଲିଉଡ୍‌଼ କଳାକାରଙ୍କ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରୁଥିଲା । ରାଜ୍ୟ ଓ ଜିଲ୍ଲା ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନଜର ଉତ୍ପାଦନକୁ ନେଇ ପ୍ରଦର୍ଶିତ କରିବା ସହ ବିକ୍ରି କରୁଥିଲେ । ସେହଭଳି କୃଷି ବିଭାଗ ତରଫରୁ କୃଷକ ଓ ଚାଷୀଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ଉପଲବ୍ଧ କରିଥିଲେ । ଭଦ୍ରକର ନେହେରୁ ଷ୍ଟାଡିୟମରେ ଏହି ମହୋତ୍ସବ ଜାନୁଆରୀ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ହେଲେ ଆଜି ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ମହାପ୍ରଭୁ ଜଗନ୍ନାଥ ଅ୍ୱହେଳିତ ଅବସ୍ଥାରେ ପଡି ରହିଛନ୍ତି ଭଦ୍ରକର ନେହେରୁ ଷ୍ଟାଡିୟମରେ ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରି ଏହି ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିଲା । ପ୍ରଶାସନ ପକ୍ଷରୁ କୋଟି ଟଙ୍କା ବ୍ୟୟରେ କରି ଯେନତେନ ପ୍ରକାରରେ ମହୋତ୍ସବ ସାରିଥିବା ଶେଷରେ ଭୁଲିଯାଇ ଥିଲା ମହାପ୍ରଭୁ ଜଗନ୍ନାଥ । ଗତ ୩ ଦିନ ଧରି ଶୀତ, କାକର ଖରାରେ ପଡି ରହିଛନ୍ତି ପ୍ରତି ଓଡିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥ । ଏହି ଅବହେଳିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା । ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |