ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା |

57

କଟକ (ଉତ୍କଳ ନ୍ୟୁଜ ) ୩୧-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭାଗ ଦ୍ୱାରା ପରିଚାଳିତ ମୋଟ ୮ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜିଲାର ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟ, କାନପୁର ଓ ରଣଜିତ ଆଶ୍ରମ ବିଦ୍ୟାଳୟ, ଡଗରପଡ଼ା, ଆରଡ଼ି, ସନାନ୍ଦପୁର, ଡିଆଁନରସିଂହପୁର, ଜୟନଗର, ତୁଳପଦି ସେବାଶ୍ରମର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ଼, ଉଚ୍ଚ ଡିଆଁ, ଲମ୍ବଡିଆଁ, ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଅତିରିକ୍ତ ଉପଜିଲାପାଳ ଶ୍ୟାମଳକୁମାର ରାୟ ମୁଖ୍ୟ ଅତିଥି, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଉର୍ମିଳା ଗୋଚ୍ଛାୟତ, ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲା ପରିଷଦ ସଭ୍ୟ ସୁଶ୍ରୀ ବିଦ୍ୟୁତଲତା ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଶ୍ମିରଂଜନ ବେହେରା, ସମାଜସେବୀ ରାମଚନ୍ଦ୍ର ନାୟକ, ମୋ ସ୍କୁଲ ସଭାପତି ରଘୁନାଥ ମଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ମଲିକ, ସଭ୍ୟ ପ୍ରଶାନ୍ତ କୁମାର ମଲିକ, ସରପଞ୍ଚ ଉଦ୍ଧବ ଚରଣ ନାୟକ, ବାସୁଳୀ କମିଟି ସଭାପତି ପଦ୍ମଲୋଚନ ମଲିକ, ସମିତି ସଭ୍ୟାଙ୍କ ପ୍ରତିନିଧି ନିତ୍ୟାନନ୍ଦ ପତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଶିକ୍ଷକ ଡ. କାଳୀପଦ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଉତ୍ସବ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |