ଜୀବନ ସନ୍ଧ୍ୟା ଆଶ୍ରମ ର ଏକାଦଶତମ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ |

198

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୪ : ଶଖା ସେବା ଟ୍ରଷ୍ଟ ଅନୁକୂଲ୍ୟ ରେ ପରିଚାଳିତ ଆମ୍ବିଳିଝରୀ ରେ ଥିବା ଜୀବନ ସନ୍ଧ୍ୟା ଆଶ୍ରମ ର ଏକାଦଶତମ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କର୍କଟ ରୋଗ ବିଶେଷଜ୍ଞ ଡ଼. ଅନୁପମା ସାମଲ , ମୁଖ୍ୟ ବକ୍ତା ଡ଼. କିଶୋର ଚନ୍ଦ୍ର ମହାନ୍ତି , ସମ୍ମାନୀୟ ଅତିଥି ଭାବେ ଶ୍ରୀମାନ ଆଦିତ୍ୟ ପ୍ରତାପ ସ୍ୱାଇଁ , ଓଡିଶା ହାଇକୋର୍ଟ ସହାୟକ ରେଜିଷ୍ଟାର ତ୍ରିଲୋଚନ ଗୁରୁ , ଯୋଗଦେଇଥିଲେ | ଅନ୍ତେବାସୀ , ଭାଇ ଭଉଣୀ ଓ ଆଦିବାସୀ ବସ୍ତି ର ଅନ୍ୟ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | କଟକ ଜିଲ୍ଲା ଓ ଢେ଼ଙ୍କନାଳ ଜିଲ୍ଲା ରୁ ୪ ଦଳ କୀର୍ତ୍ତନନ ମଣ୍ଡଳୀ ଉପସ୍ଥିତ ରହି କଳସ ଯାତ୍ରା ଓ ଗାୟତ୍ରୀ ମହାଯଜ୍ଞ ରେ ଅଂଶଗ୍ରହଣ କରିଥିଲେ | ଶଖା ସେବା ଟ୍ରଷ୍ଟ ର ମୁଖ୍ୟ ପରିଚାଳକ ଗୁରୁଜୀ ନିମାଇଁ ଚରଣ ପଣ୍ଡା , ଗୁରୁମା ଅନିତା ସାହୁ ନ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କୈଳାସ ଚନ୍ଦ୍ର ନାୟକ , ବିଶାଖା ମହାରଣା , ରବି ନାରାୟଣ ପ୍ରଧାନ , ବୀରବର ପ୍ରଧାନ ଙ୍କ ସହ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |