ଏଫ୍‌ଏମ୍ ୟୁନିଭରସିଟର ସିଣ୍ଡିକେଟ ସଭ୍ୟ ହେଲେ ଦେବେନ୍ଦ୍ର ପ୍ରସାଦ ସାମଲ |

36

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଦେବେନ୍ଦ୍ର ପ୍ରସାଦ ସାମଲ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନୀୟମ ୧୯୮୯ ଅନୁଯାୟୀ ଶ୍ରୀ ସାମଲ ଗତ ୨୨.୦୧.୨୦୨୪ ତାରିଖରେ ମହାବିଦ୍ୟାଳୟ ଏକାଡେମୀ କାଉନସିଲରୁ ସିଣ୍ଡିକେଟ ସଭ୍ୟ ଭାବେ ସେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନ କୁଳସଚିବଙ୍କ ପତ୍ରସଂଖ୍ୟା ୫୬୪ ତା ୨୪.୦୧.୨୦୨୪ରିଖରେ ଅନୁମୋଦିତ ହୋଇଥିବା ଜଣାଯାଇଛି । ଶ୍ରୀ ସାମଲ ସିଣ୍ଡିକେଟ ସଭ୍ୟ ଭାବେ ନିର୍ବାଚିତ ହୋଇ ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ଏଥିପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷ ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |