ତିହିଡି ବ୍ଲକର ୭ଟି ୫-ଟି ବିଦ୍ୟାଳୟ ଲୋକାର୍ପିତ |

291

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭିଡିଓ କନଫେରେନ୍ସି ଜରିଆରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪ର୍ଥ ପର୍ଯ୍ୟାୟରେ ୫-ଟି ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ମୋଟ୍ ୬୦ଟି ମଧ୍ୟରେ ତିହିଡି ବ୍ଲକର ଏକସଂଗେ ୭ଟି ବିଦ୍ୟାଳୟ ଲୋକାର୍ପିତ ହୋଇଥିବା ସୂଚନା ମିଳିଛି । ୩ୟ ପର୍ଯ୍ୟାୟରେ କଣ୍ଡରାଗଡିଆସ୍ଥିତ ମୀନମୁନି ହାଇସ୍କୁଲ, ଦପାନାୟକାଣି ହାଇସ୍କୁଲ ଓ ଉତ୍କଳମଣି ବିଦ୍ୟାପୀଠ ଏବଂ ୪ର୍ଥ ପର୍ଯ୍ୟାୟରେ ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଦୋଳାସ୍ଥିତ ଭଗବତୀ ବାଳିକା ନିକେତନ, ବିଲଣାସ୍ଥିତ ମନୋରମା ବାଳିକା ହାଇସ୍କୁଲ ଓ ତଳଗୋପବିନ୍ଧାସ୍ଥିତ ବ୍ୟାସଦେବ ହାଇସ୍କୁଲ ଅର୍ନ୍ତଭୁକ୍ତ । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ଆୟୋଜନାରେ ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଦ୍ୱାରା ଭିଡିଓ କନଫେରେନ୍ସି ଜରିଆରେ ଲୋକାର୍ପଣ ଉତ୍ସବକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ବିଡିଓ ଜ୍ୟୋତିର୍ମୟ କର ଯୋଗଦେଇ ଏଣିକି ଆଉ ସହର ଏବଂ ଗ୍ରାମାଞ୍ଚଳ ବିଦ୍ୟାଳୟ ମଧ୍ୟରେ କୌଣସି ଫରକ୍ ନାହିଁ ଏପରିକି ଘରୋଇ ସ୍କୁଲକୁ ପଛରେ ପକେଇ ଆଜିର ଦିନରେ ଏହି ୫-ଟି ସ୍କୁଲ ଉନ୍ନତ ମାନର ଶିକ୍ଷାଦାନ ସହିତ ଶୈକ୍ଷିକ ବାତାବରଣ, ଉନ୍ନତମାନର ଖେଳ ପଡିଆ, ବିଜ୍ଞାନାଗାର, ଇ-ଲାଇବ୍ରେରୀ, ଶୁଦ୍ଧା ପାନୀୟ ଜଣ ଯୋଗାଣ ଆଦି ସୁବିଧା ପ୍ରଦାନ କରାଯାଇଥିବା ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥିଭାବେ ସିନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁପ୍ରଭା ପାଣି, ସମିତି ସଭ୍ୟ ନକୁଳ ଚରଣ ବାରିକ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ପରିଚାଳନା କମିଟିର ସଭାପତି ସୁକାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଅରୁଣ ବାରିକ, ପ୍ରଦୀପ ଦାସ, ସହକାରୀ ଯନ୍ତ୍ରୀ ଟେକ୍‌ଚାନ୍ଦ କାଲୋ, କନିଷ୍ଠ ତନୁଜା ମିଶ୍ର, ଶରଣସିଂ ବେହେରା, ଜୀବନଜ୍ୟୋତି ରାଉତ, ମନରେଗା ସହକାରୀ ଅଧିକାରୀ ସୁଧାଂଶୁ ଶେଖର ନାୟକ, ବଳରାମ ମଲ୍ଲିକ, ନିଶାକର ସ୍ୱାଇଁ, ଶ୍ରୀଧର ଦାସ, ଉମାକାନ୍ତ ନାୟକ, ରବିନ୍ଦ୍ର ସେନାପତି, ଗଙ୍ଗାଧର ମଲ୍ଲିକ, ସୟଦ୍ କାଲା, ସିମାଞ୍ଚଳ ବେହେରା, ଭାଗିରଥି ମଲ୍ଲିକ, ବଙ୍କିମ ମଲ୍ଲିକଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ । ସୁବାଷ ଦାସ, ସନ୍ତୋଷ ପଣ୍ଡା, ଲଲାଟେନ୍ଦୁ ମହାପାତ୍ର, ପ୍ରଶାନ୍ତ ମିଶ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଦାଉଦ ଅଲ୍ଲି ସାହାଜୀ, ଭାଗିରଥି ବେହେରା, ବାଇଧର ଜେନା ଓ ଅଶୋକ ନାୟକ ପ୍ରମୁଖ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଗୀତର ତାଳେତାଳେ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମନ ମୋହିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।