ତିହିଡି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ନବମ ବାର୍ଷିକ ସମାରୋହ |

569

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ନବମ ବାର୍ଷିକ ସମାରୋହ ସ୍ଥାନୀୟ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ଭଗବାନ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତିହିଡି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ବାରିକ, ନିତ୍ୟାନନ୍ଦ ନାୟକ, ରାମଚନ୍ଦ୍ର ବାରିକ, ଖଗେଶ୍ୱର ପାଢୀ, ଅବସରପ୍ରାପ୍ତ ସେନା କର୍ମଚାରୀ କୈଳାସ ଚନ୍ଦ୍ର ଦାସ, ଅର୍ଜୁନ ନାୟକ ଓ ହୃଦାନନ୍ଦ ପରିଡା ପ୍ରମୁଖ ଯୋଗଦେଇ ସଂଘର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହିତ ଜୀବନଥିବା ପର୍ଯ୍ୟନ୍ତ ଏପରି ସଂଘୀୟ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସରକାରୀ କର୍ମରୁ ଅବସର ନେବା କେବଳ ନିର୍ଦ୍ଧିକ ଏକ ବୟସକୁ ବୁଝାଇଥାଏ ମାତ୍ର ଜୀବନ ଥିବା ପର୍ଯ୍ୟନ୍ତ କର୍ମ ରହିଲେ ଜୀବନ ସୁଖମୟ ହୋଇ ପାରିବ । ତେବେ ସେବା କାର୍ଯ୍ୟ ରହିଲେ ପରପିଢୀ ସର୍ବଦା ମନେରଖି ପାରିବେ ବୋଲି ମତପ୍ରକାଶ ପାଇଥିଲା । ନିର୍ମଳ ଚନ୍ଦ୍ର ଦଳେଇ ଅତିଥି ପରିଚୟ, ସୁରେନ୍ଦ୍ର ସେନାପତି ନବାଗତ ସଭ୍ୟ/ସଭ୍ୟାଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସର୍ବେଶ୍ୱର ବଳ ବେଦ ପାଠ କରିଥିଲେ । ସଂଘର ସମ୍ପାଦକ କାଳୀଚରଣ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଗିରିଜାରମଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଗୟାଧର ବାରିକ, ଗଜେନ୍ଦ୍ର ପ୍ରସାଦ ପଣ୍ଡା, ବୃନ୍ଦାବନ ବେହେରା, ନୃସିଂହ ଚରଣ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱର୍ଗତ ତପନ କୁମାର ସ୍ମାରକୀ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ(୨୦୨୩ ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା) ଅର୍ଜୁନବିନ୍ଧା ବାସନ୍ତୀ ସେନାପତିଙ୍କ ସୌଜନ୍ୟରୁ ସାର୍ଟିଫିକେଟ୍ ସହ ନଗଦ୍ ଅର୍ଥ ରାଶି ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଛି । ପୀରହାଟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସୁଶ୍ରୀ ସଂଗୀତା ଦାଶ, ଅଭିଜିତ୍ ବଳ, ସଶ୍ମିତା ମାଝୀ, ଆଶୁତୋଷ କର, କୋହ୍ଲ ଦିବ୍ୟଭୂମିର ଦୀପାଞ୍ଜଳୀ ମାଝୀ, ଦୋଳସାହି ଆରଏନ ହାଇସ୍କୁଲର ଶିବପ୍ରସାଦ ଜେନା, ସାମନ୍ତରାୟପୁର ହାଇସ୍କୁଲର ଶୁଭଶ୍ରୀ ପାଢୀ, ସିଆରଏସ ହାଇସ୍କୁଲର ଅଭିନାଶ ବିଶ୍ୱାଳ ଓ ଶୁଭାଶିଶ ଓଝା ପ୍ରମୁଖଙ୍କୁ ଏପରି ପ୍ରଦାନ କରାଯାଇଥିବା ଜଣାଯାଇଛି । ଦେବେନ୍ଦ୍ରନାଥ ବାରିକ, ପ୍ରଶାନ୍ତ ନାୟକ, ଗୟାଧର ନାୟକ, ବନମାଳୀ ମହାନ୍ତି, ବିପିନ ବିହାରୀ ମହାନ୍ତି, ପ୍ରେମାନନ୍ଦ ବଳ, ଉମାକାନ୍ତ ତ୍ରିପାଠୀ, ନାରାୟଣ ତ୍ରିପାଠୀ, ବାବାଜୀ ଚରଣ ମହାକୁଡ, ସୁରେନ୍ଦ୍ର ନାୟକ, ଦାମୋଦର ସେନାପତି, ଗଙ୍ଗାଧର ମହାନ୍ତି, ନାରାୟଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ବାର୍ଷିକ ଉତ୍ସବ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |