ଅହଙ୍କାର ଶୂନ୍ୟ ହେଲେ ପୂର୍ଣ୍ଣାଙ୍ଗ ଶିକ୍ଷାପ୍ରାପ୍ତ ହୁଏ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରୌପ୍ୟ ଜୟନ୍ତୀ ବିଶେଷାଙ୍କ “ତଥାସ୍ତୁ” ଲୋକାର୍ପିତ |

85

କଟକ (ଉତ୍କଳ ନ୍ୟୁଜ ) ସତ୍‌ସଙ୍ଗ ମୋହରୁ ମୁକ୍ତି ଦିଏ । ସତ୍‌ସଙ୍ଗ ମଣିଷକୁ ଉତ୍ତରଣ ମାର୍ଗରେ ନେଇଥାଏ ଏବଂ ଚେତନାର ଉତ୍କର୍ସତାକୁ ଛୁଇଁବା ଯୋଗର ଲକ୍ଷ୍ୟ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବର ଦ୍ୱୀତିୟ ଦିବସର ପ୍ରଥମ ଅଧିବେଶନରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ନାଟ୍ୟକାର ଶିକ୍ଷାବିତ୍ ନତ୍ୟାନନ୍ଦ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ମୁଖ୍ୟ ବକ୍ତଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡ. ଅଭୟ ଦାସ, ସମ୍ମାନୀତ ବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ଓସ୍କୁଲର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରୌପ୍ୟ ଜୟନ୍ତୀ ବିଶେଷାଙ୍କ “ତଥାସ୍ତୁ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ମେନେଜିଂ ଟ୍ରଷ୍ଟି ହରିହର ସେନାପତି, ଶିକ୍ଷାବିତ୍ ନୃସିଂହ ଚରଣ ମହାପାତ୍ର, ବିଷ୍ଣୁ ମୋହନ ନାୟକ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ସମିତି ସଭ୍ୟ ନକୁଳ ଚରଣ ବାରିକ, ରଘୁନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଜୁଳା ମିଶ୍ର, ବାସନ୍ତୀଲତା ଦାସ, ଭଗବତୀ ପଣ୍ଡା, ମିନତୀ କର, ମିନତୀ ନାୟକ, ସତ୍ୟଭାମା ଜେନା, ସରସ୍ୱତୀ ପାଣିଗ୍ରାହୀ, ପ୍ରିତୀନନ୍ଦା ନାୟକବର୍ମା, ଭାରତୀ ପାଣିଗ୍ରାହୀ, ଅନୁରାଧା ରାୟ, ପାର୍ଥସାରଥି ସାହୁ, ଅଜୟ ପତି, ଅଶୋକ ସାମଲ, ସଞ୍ଜୟ ନାୟକ, ସଞ୍ଜିବ ପଣ୍ଡା, ଗଙ୍ଗାଧର ବେହେରା, ଅନନ୍ତ ପ୍ରସାଦ ତ୍ରିପାଠୀ, ରାହାସ ବିହାରୀ ବଳ, ରବିନ୍ଦ୍ର ବେହେରା, ଅମଳେନ୍ଦ୍ର ନାୟକ, ସୁଧାଂଶୁ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |