ଜିଲାସ୍ତରୀୟ ଜାତୀୟ ମତଦାତା ଦିବସ ଅନୁଷ୍ଠିତ |

20

କଟକ (ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୪ : ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଜାତୀୟ ମତଦାତା ଦିବସ ସାରଳା ଭବନଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ନରହରି ସେଠୀ ଯୋଗଦେଇ ଅବାଧ, ନିରପେକ୍ଷ ମତଦାନ କରିବାକୁ ଯୁବ ଭୋଟରମାନଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶିବ ଟପୋ, ସଦର ସବକଲେକ୍ଟର କମଲଜିତ୍‌ ଦାସ, ସିଏମ୍‌ସି ଡେପୁଟି କମିସନର ଶ୍ୱେତପଦ୍ମା ଶତପଥୀ, ଯୁଗ୍ମ କମିଶନର ଅନୀତା ପାତ୍ର ଯୋଗଦେଇ ଯୁବ ଭୋଟରମାନେ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବାକୁ କହିଥିଲେ। ଡେପୁଟି କଲେକ୍ଟର ଡ. ବିଶ୍ୱ ଭୂଷଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା ବୁଥ ଲେଭେଲ ଅଫିସର, ସୁପରଭାଇଜରଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ନୂତନ ଯୁବ ମତଦାତାମାନଙ୍କୁ ଭୋଟର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ନୂତନ ଭୋଟରମାନଙ୍କୁ ଇଭିଏମ୍‌ ମେସିନ୍‌ ବ୍ୟବହାର ବାବଦରେ ତାଲିମ ପ୍ରଦାନ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ, ଗୀତ ଆଦି ପରିବେଷଣ କରିଥିଲେ। ପ୍ରାରମ୍ଭରେ ବାରବାଟୀ ପ୍ୟାଲେସ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସାରଳା ଭବନ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।