ବିଏନଏମଏ କଲେଜରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ |

96

କଟକ (ଉତ୍କଳ ନ୍ୟୁଜ ) ୨୫-୦୧-୨୦୨୪ : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆହୂତ ମହାବିଦ୍ୟାଳୟ ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଉତ୍ସବ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜୁନ କଲେଜରେ ବୁଧବାର ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଓ ସମ୍ମିଳନୀର ନୋଡାଲ୍ ଅଧିକାରୀ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଞ୍ଚାଳନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନୃତ୍ୟଗୁରୁ ଉଜ୍ଜ୍ୱଳ କୁମାର ନାୟକ ଯୋଗଦେଇ କଳାନୈପୁଣ୍ୟ ହାସଲ କରିବାର ବିଭିନ୍ନ ଶାସ୍ତ୍ରୀୟ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ନୂଆ-ଓ ଅଧିକାରୀ ଅଧ୍ୟାପକ ତପନ କୁମାର ନାୟକ, ମୃତ୍ୟୁଞ୍ଜୟ ନାରାୟଣ ଦାସ, ଅଧ୍ୟାପକ ସରୋଜ କୁମାର ମହାପାତ୍ର, ପ୍ରଦୀପ କୁମାର ମିଶ୍ର, ଡକ୍ଟର ସୁଜାତାରାଣୀ ଗିରି ପ୍ରମୁଖ ଯୋଗଦେଇଥିଲେ । ଯୁକ୍ତଦୁଇ ନୋଡାଲ୍ ଅଧିକାରୀ ଡକ୍ଟର ରାଜେନ୍ଦ୍ର କୁମାର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ପଦ୍ମାଳୟା ଖଟୁଆ ପ୍ରତିଯୋଗିତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ୧୩ ତାରିଖରୁ ମୋଟ ୪ ଦିନ ଧରି ସୁଲିଖନ, ଗଳ୍ପ ଓ କବିତା ରଚନା, କବିତା ଆବୃତ୍ତି, ବତ୍କୃତା, ଭାଷାଜ୍ଞାନ, ଚିତ୍ରକଳା, ଭାଷା ଓ ସଂସ୍କୃତି ଭିତ୍ତିକ ପାଠଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଯୋଗିତାର ଅନ୍ତିମ ଦିବସ ୨୪ ତାରିଖରେ ଭକ୍ତିସଂଗୀତ ଓ ଲୋକନୃତ୍ୟ ପ୍ରତିଯୋଗିତା ହୋଇଥିଲା । ପ୍ରାକ୍ତନ ପ୍ରାଧ୍ୟାପକ ଓ କବି ହୃଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପିକା ହୀରକଲତା ଦାଶ, ସୁସ୍ମିତା ପଣ୍ଡା, ଭାଗ୍‌ଯଶ୍ରୀ ଦାଶ, ସ୍ୱପ୍ନା ରାୟ, ଅଧ୍ୟାପକ ଦୀପକ କୁମାର ପଣ୍ଡା, ସୁଧାଂଶୁଶେଖର ପଣ୍ଡା, ରାମଚନ୍ଦ୍ର ବେହେରା, ବୈଷ୍ଣବ ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ବନ୍ଦେବିଶ୍ୱେଶ୍ୱରୀ ଦାସ, ବଦ୍ରିନାରାୟଣ ପତି, ସସ୍ମିତା ଗିରି, ଜ୍ୟୋତିପ୍ରଭା ଜେନା, ଅର୍ଚ୍ଚନା କର, ପୂଜାରାଣୀ ତ୍ରିପାଠୀ, ଅର୍ପିତା ଭଞ୍ଜ, କରୀନା ବୀର, ରାଧାରାଣୀ ମହାଳିକ, ମମତା ଗିରି, ସରିତା ନାୟକ, ସୁଇଟିଶର୍ମିଷ୍ଠା ବିଶ୍ୱାଳ, ଆଶିଷ କୁମାର ସାହୁ, ଶୁଭ୍ରସ୍ମିତ ବେହେରା, ବଳରାମ ନାୟକ, ଶୁଭମ ନାୟକ ପ୍ରମୁଖ ଯୁକ୍ତତିନିରେ ଏବଂ ସେକ୍ ଆଶିକୀର ରହେମାନ, ସ୍ମୃତିରେଖା ବେହେରା, ପ୍ରୀତିମୟୀ ନାୟକ, ଅଭିଲିପ୍ସା ପରିଡ଼ା, ସ୍ମୃତିରଞ୍ଜନ ସାହୁ, ସତ୍ୟଜିତ ଦାସ, ତପସ୍ୱିନୀ ପାଣିଗ୍ରାହୀ, ଆଦିତ୍ୟ ବିଦ୍ୟାରଞ୍ଜନ ବେହେରା, ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀ, ଅମ୍ରିତା ଗିରି, ଦମୟନ୍ତୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ଯୁକ୍ତଦୁଇ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିଲେ । ଅନ୍ୟତମ ସଂଯୋଜିକା ଅଧ୍ୟାପିକା ଗାୟତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |