ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଉତ୍ସବ ମୁଖର ଗାଁରୁ ସହର |

44

କଟକ (ଉତ୍କଳ ନ୍ୟୁଜ ) ୨୨-୦୧-୨୦୨୪ : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଉତ୍ସବ ମୁଖର ଗାଁରୁ ସହର । କୟଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଯାଇଛି ଧରାପୃଷ୍ଠ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିହିଡି ଗାଁର ଅବସ୍ଥାପିତ ରାମ ମନ୍ଦିରରେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଭାତଫେରି ପରେ ଦିନତମାମ ରାମଚରିତ ମାନସ ପାଠ କରାଯାଇଛି । ମଧ୍ୟାହ୍ନରେ ପ୍ରସାଦ ସେବନ ସହ ସଂଧ୍ୟାରେ ବିଜୟ ଉତ୍ସବ, ହୋମଯଜ୍ଞ କରାଯାଇଥିଲା । ସେହିପରି ସଂଧ୍ୟାରେ ଭକ୍ତମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କାର୍ଯ୍ୟକାର୍ତ୍ତା, ଭୁବନ ମିଶ୍ର, ସୀତାକାନ୍ତ ନାୟକ, ପ୍ରଶାନ୍ତ ବଳ, ଅଜୟ ନାୟକ, ହୃଷିକେଶ ପଣ୍ଡା, କେଶବ ବେହେରା, ରଘୁନାଥ ପାତ୍ର, ଦେବବ୍ରତ ପାଢ଼ୀ, ପ୍ରତାପ ଜେନା, ତପୁନ ପାଣି, ସରପଞ୍ଚଶୁଭ୍ରନାରାୟନ ସେଠୀ, ସମିତି ସୁମତୀ ଯେନା ପ୍ରମୁଖ ଉପସ୍ଥିତ ଥିଲେ । ଗନ୍ଧର୍ବପୋଖରୀ ଗାଁର ହନୁମାନ ମନ୍ଦିରରେ ଧଥାଋତିରେ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ସେବନ କରାଯାଇଥିଲା । ତିହିଡି କଲେଜ ଛକରେ ଶ୍ରୀରାମ ସେନା ସେବା ସଂଗଠନ ଆଜି ଜନ୍ମ ନେଇଛି । ଏହି ଅବସରରେ ପୂଜାର୍ଚ୍ଚନା ସହିତ ଶହ ଶହ ଭକ୍ତଙ୍କୁ ପ୍ରସାଦ ସେବନ କରାଇଥିଲେ । ସେହିପରି ଗୋଳାପୋଖରୀ ଛକ, କୋହ୍ଲ, ବିନ୍ଧାବଜାର, କମାରିଆ, ଆରୁହା, ପୀରହାଟ, ଗଦିବଜାର, ଦୋଳସାହି, ସୟା, ବାରୋ, ବିଲଣା, ଝିଙ୍କିରିଆ, ପାଳିଆବିନ୍ଧା, ନୂଆନନ୍ଦ, ଗୁଆମାଳ, ତାଳପଦା ଆଦି ବିଭିନ୍ନ ଗାଁଗଣ୍ଡାରେ ରାମମନ୍ଦିର ଓ ହନୁମାନ ମନ୍ଦିରରେ ଧୂମଧାମରେ ଉତ୍ସବ ପାଳନ କରାଯାଇଛି । ଏଥିସହ ଶୋଭାଯାତ୍ରା ଜରିଆରେ ସାଧାରଣ ଲୋକଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍କରେ ଅବଗତ କରାଯାଇଛି । ସବୁଠୁ ବଡ କଥା ହେଉଛି ବାସୁଦେବପୁରରେ ୧୨ କ୍ୱିଣ୍ଟାଲ ଘିଅ ଧରିବା ପରି ଏକ ଦ୍ୱୀପ ପ୍ରଜ୍ଜଳନ କରାଯାଇଛି । ଯାହାକୁ ଦର୍ଶନ କରିବା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତି ଘରେ କଳସ ସ୍ଥାପନ ସହ ପୂଜା, ଘର ସାମ୍ନାରେ ଦୀପ ପ୍ରଜ୍ୱଳନ, ଗେରୁଆ ବସନ ପରିଧାନ, ସାହି ଗାଁରେ ପତକା ଓ ତୋରଣ, ଘର ସାମନାରେ ଝୋଟି ଓ ମୁରୁଜ, ଗ୍ରାମକୁ ପ୍ରବେଶ ପଥରେ ବେନର ସହ ଗେଟ, ସବୁ ମନ୍ଦିରରେ ହୋମ ଯଜ୍ଞ, ନିରାମିଷ ଭୋଜନ, ଘର ସାମନାରେ ଜୟ ଶ୍ରୀରାମ ଲେଖା ଓ ଓଁ ଲେଖା, ଅଯୋଧ୍ୟାର ଲାଇଭଦ ଦର୍ଶନ ଟିଭି ବା ପରଦା ଦ୍ୱାରା, ବିଜୟ ପରିକ୍ରମା, ହାତରେ ଜୟ ଶ୍ରୀରାମ ମେହେନ୍ଦୀ, ମନ୍ଦିରରେ ଆଲୋକ ସଜା ସହ ସମୂହ ଶ୍ରୀରାମ ଜ୍ୟୋତି ପ୍ରଦାନ,ଆତସବାଜି, ପିଲାଙ୍କୁ ରାମ ସୀତା ବେଶ କରି ଗ୍ରାମ ପରିକ୍ରମା ଓ ତାଙ୍କୁ ଉପହାର ଦେବା ଆଦି କାର୍ଯ୍ୟକ୍ରମ ଗାଁଗଣ୍ଡାକୁ ଅଧିକ ଆକର୍ଷିତ କରିଥିଲା ଯାହାକୁ ଲୋକେ ୫ ଶହ ବର୍ଷ ପର୍ଯ୍ୟନ୍ତ ମନେ ରଖି ପାରିବେ ବୋଲି ଆଶା କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |