ଚିଲିଗୁଡ଼ା ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର, ରସ ଜାମୁ ଡାଲି ଗୀତରେ ନାଚିଲେ ଜୁନାଗଡ଼ ବିଧାୟକ l

38

କଟକ (ଉତ୍କଳ ନ୍ୟୁଜ) ୨୨-୦୧-୨୦୨୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ପଞ୍ଚାୟତ ଆନୁକୂଲ୍ୟରେ ଚିଲିଗୁଡ଼ା ଇନ୍ଦ୍ରାବତୀ ପଡ଼ିଆରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଣ୍ଡରାଗୁଡା ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷl ସବିତା ମେହେର ,ଉପlଧକ୍ଷ ପ୍ରମୋଦ ବେହେରା ,ଜିଲ୍ଲା ପରିଷଦ ସଭ୍ୟl ସଂଗୀତା ଖର୍ସେଲ ,ସମିତି ସଭ୍ୟ ଖଲିଲ ନlଏକ ,ଲେଲି ଖର୍ସେଲ ,ଧନମତି ମାଝି ଏବଂ ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଲ୍ଲିକ ,ପିଇଓ ଆକାଶ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ ସର୍ବେଶ୍ୱର ଭୋଇ ଙ୍କ ଗୀତ ଓ ନାଚରେ ଝୁମିଲେ ଦର୍ଶକ ଏବଂ ରସ ଜାମୁ ଡାଲି ଗୀତରେ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ନାଚି ଲୋକଙ୍କ ମନ ଜିଣିଥିଲେ ।ଏପରିକି ତାଙ୍କ ନାଚକୁ ଦେଖି ଉପସ୍ଥିତ ରହିଥିବା ସମସ୍ତେ ଝୁମି ଉଠିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ସ୍ନିଧାରାଣୀ ସାହୁ ,ବେଣୁଧର ବାଗ ଏବଂ ସତୀଶ ପ୍ରଧାନ ।ଏଥିରେ ମୁଣ୍ଡରା ଗୁଡା ପଞ୍ଚାୟତର ଜି ଆର ଏ ସ ଦିବାଲ ଚଳାନ, ଶଶାଙ୍କ ପାଢ଼ୀ,ଯୋଗାଣ ସହାୟକ ସନ୍ତୋଷ ନlଏକ ,ନୂତନ କାଣ୍ଡ ,ନେପାଳ ପଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ପିଇଓ ଆକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l