ତିହିଡିରେ ଲେନିନଙ୍କ ମୃତ୍ୟୁ ଶତବାର୍ଷିକୀରେ ଆଲୋଚନା ସଭା |

82

କଟକ (ଉତ୍କଳ ନ୍ୟୁଜ ) ୨୨-୦୧-୨୦୨୪ : ସିପିଆଇ(ଏମ) ତରଫରୁ ଭଦ୍ରକ ଜିଲ୍ଲା ତିହିଡିରେ ମହାନ୍ ଜନନାୟକ କମ୍ରେଡ ଲେନିନଙ୍କ ମୃତ୍ୟୁ ଶତବାର୍ଷିକ ପାଳିତ ହୋଇଯାଇଛି । ସାଧାରଣ ମଣିଷଙ୍କ ମଧ୍ୟରେ ଏକ ସମାଜବାଦୀ ଚେତନା ଓ ଜାଗ୍ରତ ସୃଷ୍ଟି କରିବା ଏବଂ ସାରା ବିଶ୍ୱରେ ଗରିବ ଲୋକଙ୍କର ଅଧିକାର ପାଇଁ ସଂଗ୍ରାମକୁ ଆପଣେଇ ନେବାର ସିଦ୍ଧହସ୍ତ ଥିଲେ କମ୍ରେଡ ଲେନିନ୍ । କମ୍ରେଡ୍ ଲେନିନଙ୍କ ଆଦର୍ଶରେ ଭାରତ ବର୍ଷରେ ୧୯୨୦ ମସିହା କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ହୋଇଥିଲା ଏବଂ ଏକ ଜନବାଦୀ ଆନ୍ଦୋଳନ ଗଢିତୋଳିବା ପାଇଁ ସଂଗ୍ରାମ ଜାରି ରହିଛି ବୋଲି ଆୟୋଜିତ ଆଲୋଚନା ସଭାରେ ମତପ୍ରକାଶ ପାଇଥିଲା । ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସନ୍ତୋଷ ଦାସ ଓ ରମେଶ ଜେନା, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ ପାଢୀ, ଆଞ୍ଚଳିିକ କମିଟି ସମ୍ପାଦକ ବିଷ୍ଣୁ ଦାଶ, ବରିଷ୍ଠ ନେତା ନାରାୟଣ ଦାଶ, ଭାଗବତ ସେନାପତି, କୃଷ୍ଣଚନ୍ଦ୍ର ମଳିକ, ଜ୍ୟୋତିର୍ମୟ ମଳିକ, ପିତାମ୍ବର ମଳିକ, ପୂଜାରାଣୀ ନାୟକ, ଗୟାଧର ସେଠୀ, ଦିଲ୍ଲିପ ନାଥ, ମାୟାଧର ଦାସ ଓ ରବିନ୍ଦ୍ର ମୁଦୁଲୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସିପିଆଇ(ଏମଏଲ) କର୍ମୀ ବନମାଳୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ନେତୃତ୍ୱଙ୍କ ନିକଟରେ ୩୦ରୁ ଉର୍ଦ୍ଧ କର୍ମୀ ସିପିଆଇ(ଏମ)ରେ ଯୋଗ ଦେଇଥିଲେ । ନବ ଜେନା, ହାରନ ସାହା, ମହେନ୍ଦ୍ର ମହାନ୍ତି, ତଉଲୀ ଦାସ, ବୃନ୍ଦାବନ ନାୟକ ପ୍ରମୁଖ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୂଚନା ମୁୁତାବକ, ବିଶ୍ୱର ସର୍ବହରା ଶ୍ରେଣୀର ମହାନାୟକ, ଋଷ ବିପ୍ଳବର ରୂପକାର, ବିଶ୍ୱର ପ୍ରଥମ ସମାଜବାଦୀ ରାଷ୍ଟ୍ର ଋଷର ନିର୍ମାତା, ମହାନ୍ ବିପ୍ଳବୀ, ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ୍ ଭିଆଇ ଲେନିନଙ୍କ ମୃତ୍ୟୁ ଶତବର୍ଷିକୀ ସମାରୋହ ଗତ ଶନିବାର ଠାରୁ ଆରମ୍ଭ ହୋଇଛି । ସଭା ସମିତି ମାଧ୍ୟମରେ ବର୍ଷତମାମ ଏହା ପାଳନ କରିବା ଲାଗି ସିପିଆଇ(ଏମ) କେନ୍ଦ୍ର କମିଟି ପକ୍ଷରୁ ଡାକରା ଦିଆଯାଇଛି । ମାର୍କ୍ସବାଦର ଜଣେ ମହାନ୍ ତତ୍ତ୍ୱବିତ୍ ଭାବରେ ବିଶ୍ୱର ସର୍ବହରା ବିପ୍ଳବ ପାଇଁ ଲେନିନଙ୍କ ଅବଦାନ ଅବିସ୍ମରଣୀୟ । ଲେନିନ୍ ୧୮୭୦ ମସିହା ଏପ୍ରିଲ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶ୍ରମିକ ଶ୍ରେଣୀ ନେତୃତ୍ୱରେ ରୁଷରେ ବଲସେଭିକ ପାର୍ଟିର ନେତୃତ୍ୱ ନେଇ ଯେଉଁ ବିପ୍ଳବ କରିଥିଲେ ତାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଥିଲା । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଋଷ ବିପ୍ଳବ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ବିରୋଧରେ ଏକ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଖୋରାକ୍ ଯୋଗାଇଥିଲା । ଏହି ବିପ୍ଳବ ପରେ ସମଗ୍ର ବିଶ୍ୱରେ ଋଷ ଏକ ଶକ୍ତିଶାଳୀ ସମାଜବାଦୀ ରାଷ୍ଟ୍ର ରୂପେ ନିଜ ପତିଆରା ବୃଦ୍ଧି କରିଥିଲା । ଲେନିନଙ୍କ ନେତୃତ୍ୱରେ ଋଷର ରାଷ୍ଟ୍ରାୟତ ଉଦ୍ୟୋଗ, ସମବାୟ କୃଷି ବ୍ୟବସ୍ଥା ଓ ଭୂ-ସଂସ୍କାର ଆଦି ନୀତି ଗ୍ରହଣ କରାଯାଇଥିଲା । ମଣିଷ ସମାଜର ବିକାଶ ପାଇଁ ପୁଞ୍ଜିବାଦ୍ ନୁହେଁ ସମାଜବାଦ ହି ଏକମାତ୍ର ବିକଳ୍ପ ଏବଂ ମହାନ୍ ବିପ୍ଳବୀ ଲେନିନଙ୍କୁ ମାର୍କ୍ସବାଦର ଜଣେ ସଫଳ ରୂପାୟନକାରୀ ବୋଲି କୁହାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |