ୱାର୍ଡ଼ ସଭ୍ୟଙ୍କ ସହ ବହୁ ସକ୍ରୀୟ କର୍ମୀଙ୍କ ବିଜେପିରେ ଯୋଗଦାନ|

60

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ବାରୋ ଓ ବିଲଣା ଗ୍ରାମର କେତେକ ସକ୍ରିୟ ରାଜନୈତିକ କର୍ମୀ ଅନ୍ୟ ଦଳ ପରିତ୍ୟାଗ କରି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ତଥା ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ବାରୋ ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ୧୫ ନମ୍ବର ୱାର୍ଡ଼ ସଭ୍ୟ କାଳନ୍ଦି ମଲିକ ଥିବାବେଳେ ସୁକୁମାର ସାହୁ, ପ୍ରଦୀପ କୁମାର ସାହୁ, ପ୍ରକାଶ ବେହେରା, ଧର୍ମେନ୍ଦ୍ର ନାୟକ, ମାୟାଧର ମଲିକ, ରମେଶ ମଲିକ, ସୁଶାନ୍ତ ମଲିକ ଓ ବନମାଳି ମଲିକ ଅଛନ୍ତି । ଏହି ମିଶ୍ରଣ ପର୍ବରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକୁ ଦଳରେ ସାମିଲ କରାଇଥିଲେ । ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉଷାକାନ୍ତ ନାୟକ, ଦେବେନ୍ଦ୍ର ପୁହାଣ, ବୁଦ୍ଧଦେବ ଜେନା ଓ ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ ପ୍ରମୁଖ ବିଜେପି ନେତାମାନେ ଉପସ୍ଥିତ ରହିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |