ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ |

36

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ସରପଞ୍ଚ ସୁପ୍ରଭା ପାଣି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟବକ୍ତା, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଓ ବୈକୁଣ୍ଠନାଥ ପାଣି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥି ଆଚାର୍ଯ୍ୟ, ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ, ସ୍କୁଲ ପରିଚାଳନା କମିଟି ସଭାପତି ସୁକାନ୍ତ ନାୟକ, ସଭ୍ୟା ଅନସୂୟା ସାହୁ ଓ ଭାନୁପ୍ରିୟା ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରି ଏହା ଉପରେ ଦକ୍ଷତା ଆଣିଲେ ପିଲାର ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ । ତେଣୁ ଏହାର ସୁରକ୍ଷା ଓ ବିକାଶ ଦିଗରେ ଛାତ୍ରଛାତ୍ରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍କୁଲର ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, କ୍ରୀଡାଙ୍ଗନା କ୍ଲବ ଓ ଜୀଜ୍ଞାସା କ୍ଲବ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକ ନିର୍ମିତ ହୋଇଥିଲା । ‘ମୋ କଥା ମୋ କାହାଣୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜସ୍ୱ ପୁସ୍ତିକା ମାନ ପ୍ରସ୍ତୁତ କରି ଏହାକୁ ସମୀକ୍ଷା କରିଥିଲେ । ସେହିପରି କିଛି ଛାତ୍ରଛାତ୍ରୀ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିବା ବେଳେ କେତେକ ଛାତ୍ରୀ ନୃତ୍ୟ ଓ ଅଭିନୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଶିକ୍ଷକ ସୁବାଷ ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସନ୍ତୋଷ ପଣ୍ଡା, ଲଲାଟେନ୍ଦୁ ମହାପାତ୍ର, ପ୍ରଶାନ୍ତ ମିଶ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଦାଉଦ ଅଲ୍ଲି ସାହାଜୀ, ଭାଗିରଥି ବେହେରା, ବାଇଧର ଜେନା ଓ ଅଶୋକ ନାୟକ ପ୍ରମୁଖ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |