ଛାତ୍ରସମାଜ ସଂଗଠିତ ହେଲେ ନୂଆ ଓଡ଼ିଶା ସାକାର ହେବ, ବିଏନ୍‌ଏମ୍‌ଏ କଲେଜରେ ନୂଆ-ଓ ଉଦ୍‌ଯାପିତ |

72

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ମାନବିକତା, ପରୋପକାର, ସମୟାନୁବର୍ତ୍ତୀ ଓ ସାଧନାରତ ହେଲେ ମଣିଷର ଯୌବନକାଳ ସୁବର୍ଣ୍ଣ ଭବିଷ୍ୟତ ନିର୍ମାଣ କରେ । ଏଣୁ, ଏକ ସହିତ ଏକ ମିଶିଲେ ସଂଖ୍ୟାର ମୂଲ୍ୟ ବୃଦ୍ଧି ପାଇବା ପରି ଛାତ୍ରମାନେ ସଂଗଠିତ ହେଲେ ନୂଆ ଓଡ଼ିଶାର ସ୍ୱପ୍ନ ସକାର ହୋଇପାରିବ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ-ଅର୍ଜ୍ଜୁନ କଲେଜରେ ଶୁକ୍ରବାର ଅନୁଷ୍ଠିତ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଉଦ୍‌ଯାପନ ଓ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଓ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା’ର ଭଦ୍ରକ ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ ଦାସ ଯୋଗଦେଇ ଭବିଷ୍ୟତ ସମାଜ ପାଇଁ ଉପଯୁକ୍ତ ଯୁବପ୍ରତିଭାଙ୍କୁ ଆବିଷ୍କାର କରିବା ‘ନୂଆ-ଓ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମାନବିକ ଧର୍ମ ପାଳନ ଓ ଯୁବ ସମାଜକୁ ନିଷ୍ଠାପୂର୍ଣ୍ଣ ଜୀବନଚର୍ଯ୍ୟା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପରିଚାଳନା କମିଟି ସଦସ୍ୟ ବସନ୍ତ କୁମାର ନାୟକ, ତିହିଡ଼ି ବ୍ଲକ୍ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଚିନ୍ତାମଣି ଦାସ ଓ ସ୍ଥାନୀୟ ସରପଞ୍ଚ ଯଶୋଦା ମଲ୍ଲିକ, ଯୁକ୍ତତିନି ନୋଡାଲ୍ ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ଓ ଯୁକ୍ତଦୁଇ ନୋଡାଲ୍ ଅଧିକାରୀ ଅଧ୍ୟାପକ ତପନ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ଦାଶରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପିକା ଡକ୍ଟର ସୁଜାତାରାଣୀ ଗିରି ବେଦପାଠ କରିଥିଲେ । ଛାତ୍ରୀ ସୁଦୀପ୍ତା ସାମଲ, ସାଇସ୍ମିତା ବିଶ୍ୱାଳ, ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅନନ୍ୟା ସାମଲ, ପୂଜାରାଣୀ ତ୍ରିପାଠ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ଅଧ୍ୟାପକ ରାମଚନ୍ଦ୍ର ବେହେରା, ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ସୁଧାଂଶୁଶେଖର ପଣ୍ଡା, ଡକ୍ଟର ରାଜେନ୍ଦ୍ର କୁମାର, କ୍ରୀଡ଼ା ସଂଯୋଜକ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଓ ଅଧ୍ୟାପକ ଦେବାଶିଷ ଦାସ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଛାତ୍ରୀ ବନ୍ଦେବିଶ୍ୱେଶ୍ୱରୀ ଦାସ, ସ୍ମୃତିରେଖା ବେହେରା, ପୂଜାରାଣୀ ବୈୟାରୀ, ସୌମ୍ୟରଞ୍ଜନ ବାରିକ୍‌, ସଂଗ୍ରାମ ଦାସ, ପ୍ରିୟଦର୍ଶନୀ ନାୟକ, ଜ୍ୟୋତିପ୍ରଭା ଜେନା, ସ୍ୱପ୍ନା ବିଶ୍ୱାଳ, ପ୍ରୀତିପ୍ରଜ୍ଞା ବେହେରା, କାବେରୀ ସାମଲ୍‌, ସ୍ମୃତିରଂଜନ ଆଚାର୍ଯ୍ୟ, ସୁଧାଂଶୁଶେଖର ଦାସ, ଲିପ୍ସା ମିଶ୍ର, ଭାରତୀ ମଲ୍ଲିକ୍ ପ୍ରମୁଖଙ୍କୁ ଚମ୍ପିଅନ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |