ଭଦ୍ରକରେ ଶ୍ରମିକ କୃଷକ ସଂଘ ପକ୍ଷରୁ ପ୍ରତିବାଦ ସଭା |

25

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଶ୍ରମିକ କୃଷକ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏନେଇ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ବସଷ୍ଟାଣ୍ଡରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ୧୯୮୨ ମସିହା ଜାନୁଆରୀ ୧୯ତାରିଖରେ ଶ୍ରମିକ କୃଷକମାନଙ୍କ ଅଧିକାର ପାଇଁ ସାଧାରଣ ଧର୍ମ ଘଟ ଅନୁଷ୍ଠିତ ହୋଇଥିଲା । ସେହି ଧର୍ମଘଟରେ ୧୨ଜଣ ଶହୀଦ ହୋଇଥିଲେ । ସହିଦ୍ ହୋଇ ଯାଇଥିବା ଶ୍ରମଜୀବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉକ୍ତ ପ୍ରତିବାଦ ସଭା ଗିରିଧାରୀ ନାଥ, ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ରାଧା ଦାସ, ପ୍ରଫୁଲ୍ଲ ପାଢ଼ୀ, କାଳନ୍ଦୀ ପାତ୍ର, ଭାଗବତ ସେନାପତି, ସେକ ସତରୁଦ୍ଦିଁ ଓ ସେକ କାଲୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ମନ୍ତବ୍ୟ ରଖିଥିଲେ । ଉଭୟ ସରକାର ଦରଦାମ୍ ବୃଦ୍ଧି କରୁଥିବା, ଆଦିବାସୀ ହରିଜନ ଓ ମହିଳାମାନଙ୍କ ଉପରେ ଆକ୍ରମଣ କରି ସଂସଦରେ ବିରୋଧି ଦଳ ସଦସ୍ୟମାନଙ୍କୁ ସସ୍ପେଣ୍ଡ କରି ବିଭିନ୍ନ ବିଲ ଗୃହୀତ କରୁଥିବା ଓ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଆଦାନୀ, ଅମ୍ବାନୀ ଜିନ୍ଦଲ, ବେଦାନ୍ତ କମ୍ପାନୀକୁ ବିକ୍ରୀ କରି ଦେଉଥିବା ଆଲୋଚନା କରିବା ସହିତ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ଦେଶର ଗଣତନ୍ତ୍ରର ଶବକୁ ମଶାଣିକୁ ପଠାଇବାକୁ ଉଦ୍ୟମ କରୁଛନ୍ତି ତା’ର ପ୍ରତିବାଦ କରିବା ପାଇଁ ନିବେଦନ କରିଥିଲେ ଓ ଶ୍ରମଜୀବୀ ମାନଙ୍କୁ ମୋଦୀ ସରକାର୍ ବିପଥ ଗାମୀ କରାଇ ଦେଶରେ ତାଳି, ଥାଳି, ଦ୍ୱୀପ ଜାଲି ବାକୁ ନିବେଦନ କରିଛନ୍ତି ଧର୍ମ ନାମରେ ରାଜନୀତି କରିବା ପାଇଁ ମୋଦୀ ସରକାର୍ ଓ ନବୀନ ପଟ୍ଟନାୟକଙ୍କ ସରକାର ରାମ ଚନ୍ଦ୍ର ମହାପ୍ରଭୁ ଓ ଜଗନ୍ନାଥ ମହାପ୍ରଭୁଙ୍କୁ ଆରାଧନା ନାମରେ ଦେଶକୁ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରଥିବା ନେଇ ତାହା ବିରୋଧରେ ଦେଶବାସୀ ଏକହୋଇ ପ୍ରତିବାଦ କରିବା ପାଇଁ ନିବେଦନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |