୧୦ ଦଫା ଦାବିନେଇ ଯୁବ କଂଗ୍ରେସ ପକ୍ଷରୁ ଗଦିଠାରେ ରେଳରୋକ ଓ ଗଣଧାରଣା |

28

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪: ଭଦ୍ରକ ଜିଲ୍ଲା ଧାମରା-ଆଦାନୀ ବନ୍ଦର ରେଳପଥ ତିହିଡି ବ୍ଲକ ଗଦି ବଜାର ନିକଟସ୍ଥ ରେଲୱେ ଟ୍ରାକ ଉପରେ ୧୦ ଦାବିନେଇ ଯୁବ କଂଗ୍ରେସ ପକ୍ଷରୁ ରେଳରୋକ ସହିତ ଗଣଧାରଣା ଦିଆ ଯାଇଥିଲା । ୮ ଘଣ୍ଟିଆ ରେଳରୋକ ଫଳରେ ଧାମରା ବନ୍ଦରର ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣା ଯାଇଛି । ଧାମରା ବନ୍ଦର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ପାଳନ କରୁନାହିଁ । ବାରମ୍ବାର ଦାବି ଓ ପ୍ରତିବାଦ କରା ଯାଉଥିଲେ ହେଁ ଜିଲ୍ଲା ପ୍ରଶାସନକୁ ଅସ୍ତ୍ର କରି ଭୁଆଁ ବୁଲେଇ ଚାଲିଛି । ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି । ଗଣଧାରଣାକୁ ସମର୍ଥନ ଦେଇ ସ୍ଥାନୀୟ ଅଞ୍ଚଳ ତଥା ତିହିଡି, ଚାନ୍ଦବାଲି ଓ ଧାମରାରୁ ବହୁ ମହିଳା, ଚାଷୀ, ଦିନ ମଜୁରିଆ, ଜନସାଧାରଣ ଓ ଶହସ୍ରାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ । ଧାମରା ବନ୍ଦରରେ ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ, ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରିବା, ରେଳ ଲାଇନ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ସଠିକ ଭାବେ ଡ୍ରେନ ସୁବିଧା କରିବା, ପ୍ରଦୂଷଣରୁ ମୁକ୍ତି ପାଇଁ ବୃକ୍ଷରୋପଣ କରିବା, ପ୍ରତ୍ୟେକ ବ୍ଲକକୁ ଆମ୍ବୁଲାନ୍ସ ଯୋଗେଇ ଦେବା, ଉପାନ୍ତ ଅଞ୍ଚଳବାସୀଙ୍କ ହିତ ପାଇଁ ସମସ୍ତ ପ୍ରକାରର ବିକାଶ ମୂଳକ କାର୍ଯ୍ୟ କରିବା, କୋଇଲା ବୋଝେଇ ମାଲବାହୀ ଟ୍ରେନ ଗୁଡିକ ସମ୍ପୂର୍ଣ ଭାବେ ଆବରଣ କରାଯିବା, କମ୍ପାନୀ ପେ ରୋଲରୁ କେତେ ଓଡ଼ିଆ ଯୁବକ ଓ ଯୁବତୀ ନୁଯୁକ୍ତି ପାଇଛନ୍ତି ତାହାର ସଠିକ ବିବରଣୀ ପ୍ରଦାନ କରିବା, ରେଳପଥ ପାଇଁ ଜମି ହରେଇ ଥିବା ପରିବାରର ଜଣେ ସଦସ୍ୟଙ୍କୁ କମ୍ପାନୀ ପେ ରୋଲ ରେ ନିଯୁକ୍ତି ଦେବା, ଭୂତଳ ଜଳର ବ୍ୟବହାର ପାଇଁ କେତୋଟି ବୋରୱେଲ ଖନନ ଅନୁମତି ଆଣିଛନ୍ତି ଏବଂ କେତେ କାର୍ଯ୍ୟକ୍ଷମ ହୋଇଛି ତାହାର ତଦନ୍ତ ପାଇଁ ପ୍ରଶାସନର ଏକ ଟିମ ପ୍ରତ୍ୟେକ ମାସ ତଦନ୍ତ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳଙ୍କ ମିଳିତ ଆନୁକୂଲ୍ୟରେ ପିସିସି ର ମୁଖପାତ୍ର ରଜନୀକାନ୍ତ ମହାନ୍ତି, ସୋସିଆଲ ମିଡ଼ିଆ ଅଧକ୍ଷ ଅମୀୟ ପାଣ୍ଡ୍ୱ, ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ପୂର୍ବତନ ପିସିସି ସମ୍ପାଦକ ସମାଜସେବୀ ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ତିହିଡି ବ୍ଲକ ସଭାପତି ସରୋଜ କୁମାର ଦାସ, ଚାନ୍ଦବାଲି ଏନଏସି ସଭାପତି ବଦ୍ରିନାଥ ନାୟକ, ବୈଲୋଚନ ପଣ୍ଡା, ଧୀରେନ୍ଦ୍ର କୁମାର ବେହେରା, ବସନ୍ତ ନାୟକ, ସୁଦର୍ଶନ ସ୍ୱାଇଁ, ସତ୍ୟ ପୁହାଣ, ସୌମ୍ୟ ରଞ୍ଜନ ବାରିକ, ଦିଲ୍ଲିପ ବିଶ୍ୱାଳ, ସୁବାସ ଚନ୍ଦ୍ର ନାୟକ, ଗୋରାବାବୁ ସାହା, ସୁବାସ ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ନାୟକ, ସରପଞ୍ଚ ପ୍ରମିଳା ମାଝୀ, ଆଶିଷ କୁମାର ମାହୁନ୍ତ, ପୃଥ୍ୱୀରାଜ ନାୟକ, ଦୀପକ ଭୋଇ, ନିମାଇଁ ଦାସ, ବିଜୟ କୁମାର ଦାସ, ସଞ୍ଜୁ ଲତା ମାଝୀ, ଶକୁନ୍ତଳା ମଲ୍ଲିକ, କଳ୍ପତରୁ ବେହେରା, ରାଜେଶ ସ୍ୱାଇଁ, ନିର୍ମଳ ରାଉତ, ସରୋଜ ବାରିକ, ଅମୁଲ୍ୟ ମହାକୁଡ଼, ଅର୍ଜୁନ ବେହେରା, ଲକ୍ଷ୍ମୀ ମାଝୀ, ମଧୁସୂଦନ ଜେନା, ସୁବାସ ଦାସ, ସୁରେନ୍ଦ୍ର ପାଢ଼ୀ, କୃଷକ ନେତା ନରେନ୍ଦ୍ର ବିଶ୍ୱାଳ, ସୁକାନ୍ତ ଦାସ, ବୁଦ୍ଧିଆ ବିଶାଳ, ବିଜି ରାଉଳ, ସୁବ୍ରତ ଦାସ, ପ୍ରତାପ ସାମଲ, ଧ୍ରୁବ ଚରଣ ବାରିକ, ସୁଭାଶିଷ ମଲ୍ଲିକ, ଅଭୟ ମଲ୍ଲିକ, ଗଜେନ୍ଦ୍ର ମାଝୀଙ୍କ ସମେତ ଅଖିଳ ଭାରତୀୟ ଜାତୀୟ କୃଷକ ସଂଗଠନର କର୍ମକର୍ତ୍ତର୍ା ମାନେ ଯୋଗଦେଇ ରେଳରୋକ ଓ ଗଣଧାରଣାକୁ ସଫଳ କରାଇଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଜେଡି ଓ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଜିଲ୍ଲା ପ୍ରଶାସନ ଓ ଧାମରା ବନ୍ଦର କର୍ତ୍ତୃୃପକ୍ଷଙ୍କ ବିରୋଧରେ କଟାକ୍ଷ ମନ୍ତବ୍ୟ ଦିଆ ଯାଇଥିଲା । ପ୍ରାରମ୍ଭରେ ଦିଗଛିଆ ବଜାରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜରିଆରେ ସାଧାରଣ ଲୋକଙ୍କୁ ରେଳରୋକ ସମ୍ପର୍କରେ ଅବଗତ କରାଯାଇଥିଲା । ଅପରାହ୍ନ ପ୍ରାୟ ୪ ଘଟିକାରେ ଧାମରା ଆଦାନୀ କମ୍ପାନୀର ର୍ତ୍ତୃୃପକ୍ଷ ଧାରଣା ସ୍ଥଳରେ ପହଁଞ୍ôଚ ନେତୃମଣ୍ଡଳୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ସମ୍ପର୍କରେ ଆଲୋଚନା କରାଯାଇ ଲିଖିତ ଭାବେ ଜଣାଇବା ଲାଗି ପ୍ରତିଶୃତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଚାନ୍ଦବାଲି ଏସଡିପିଓଙ୍କ ସମେତ ତିହିଡି, ବାଂଶଡା ଓ ଚାନ୍ଦବାଲି ଆଇଆଇସି ଓ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |