ବକେୟା ପାଉଣା ନପାଇବାରୁ ବିଦ୍ୟାଳୟର ତାଲା ପକାଇଲେ ଠିକାଦାର।

125

କଟକ (ଉତ୍କଳ ନ୍ୟଜ ) ୧୮-୦୧-୨୦୨୪ : ବକେୟା ପାଉଣା ନପାଇବାରୁ ବିଦ୍ୟାଳୟର ତାଲା ପକାଇଲେ ଠିକାଦାର। ୫-ଟି କାର୍ଯ୍ୟ କରିଥିବା ଠିକାଦାର ବକେୟା ପାଉଣା ନପାଇବାରୁ ବିଦ୍ୟାଳୟ ଗେଟରେ ତାଲା ଲାଗାଇ ଦେବା ଫଳରେ ଅସୁବିଧାରେ ଛାତ୍ରଛାତ୍ରୀ। ରାଜ୍ଯ ସରକାର ଶିକ୍ଷା ପ୍ରଦାନର ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଗୁଡିକୁ ୫-ଟି ଯୋଜନା ଅଧିନରେ ନୂତନ ଭାବେ ରୂପାନ୍ତରିତ କରୁଛନ୍ତି। ସ୍ମାର୍ଟ କ୍ଲାସ ରୁମ ନିର୍ମାଣ, ଉନ୍ନତ ମାନର ଖେଳ ପଡିଆ, ଲାଇବ୍ରେରୀ ଏପରିକି ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାରର ନୂତନ ନିର୍ମାଣ କରୁଛନ୍ତି। ହେଲେ ଏହି ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ନିର୍ମାଣ ପରେ ଭିନ୍ନ ଭିନ୍ନ ପ୍ରକାରର ବିବାଦ ଏହାର ପିଛା ଛାଡୁ ନାହିଁ। ଯାହାର ଅନ୍ୟ ଏକ ବିବାଦ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜାଗୁଳା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ। ଖବର ଅନୁଯାୟୀ, ଏହି ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରା ଯାଇଛି। ତେଣୁ ସେଠାରେ ନିର୍ଦ୍ଧାରିତ ନିୟମ ଏବଂ ସମୟ ସୀମା ମଧ୍ୟରେ, କନିଷ୍ଠ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସମାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଏହି ନୂତନ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପାଠ ପଢିବା ଆରମ୍ଭ କରି ଦେଇଛନ୍ତି। ହେଲେ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାର କିନ୍ତୁ ତାଙ୍କର ପ୍ରାପ୍ୟ ପାଇ ନାହାଁନ୍ତି। ସମ୍ପୃକ୍ତ ଠିକାଦାର ଜଣକ ବର୍ଷେ ରୁ ଉର୍ଦ୍ଧ ସମୟ ଧରି ତାଙ୍କ ପ୍ରାପ୍ୟ ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ଠିକାଦାର ଜଣକ ବକେୟା ପାଉଣା ନ ପାଇବାରୁ ବିଦ୍ୟାଳୟ ଗେଟରେ ତାଲା ଲାଗାଇ ଦେଲେଥିଲେ। ଆଜି ପରୀକ୍ଷା ଥିଲା। ପରିକ୍ଷା ଦେଇ ନ ପାରିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗେଟ ଆଗରେ ଧାରଣା ଦେଇଥିଲେ। ଯାହାକି ପ୍ରଶାସନିକ ଅବହେଳା ପାଇଁ ପରିକ୍ଷା ଦେବାରୁ ବଂଚିତ ହେଲେ ଜାଗୁଳା ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଅନ୍ୟ ପକ୍ଷରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅବିଭାବକ ମାନେ ମଧ୍ୟ ଧାରଣା ଦେବା ସହ ସଂପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ଦାବୀ କରି ଗେଟ ଆଗରେ ଦୀର୍ଘ ସମୟ ଧରି ବସି ରହିଥିଲେ। ପ୍ରକାଶ ଥାଉକି, ଛାତ୍ରଛାତ୍ରୀ ମାନେ ଆଜି ସକାଳ ୧୦ ଘଟିକାରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଖିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଠିକାଦାରଙ୍କୁ ଅରୁରୋଧ କରିବା ପରେ ମଧ୍ୟ ଠିକାଦାର ଗେଟରେ ତାଲା ଖୋଲି ନଥଲେ। ପରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଅବିଭାବକ ଏବଂ ସ୍ଥାନୀୟ ବାସିନ୍ଦା। ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ଠିକାଦାର ଜଣକ ଗେଟ ଖୋଲିବା ଥିଲେ। ତେବେ ୨ ଘଣ୍ଟାରୁ ଉର୍ଦ୍ଧ ସମୟ ବିଳମ୍ବ ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |