'ସାରଥୀ ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ"

124

କଟକ (ଉତ୍କଳ ନ୍ୟୁଜ) ୧୫-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସାରଥୀ ଦେବଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ କାର୍ଯ୍ୟକ୍ରମ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ ଦିବ୍ୟ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଦୁଇ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ସାରଥୀ ଅନୁଗାମୀ ଯୋଗ ଦେଇଥିଲେ ଦୋଳସାହି ଗମବଜାରରୁ ଏକ ସଂକିର୍ତ୍ତନ ରାଲି ଶୋଭାଯାତ୍ରାରେ ବାହାରି ଦୀର୍ଘ ୪ କିଲୋମିଟର ରାସ୍ତା ଅତିକ୍ରମ କରି ନନ୍ଦପୁର ବଜାରସ୍ଥିତ ଅଚକ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ସଭା ସ୍ଥଳୀରେ ପହଞ୍ଚିବା ପରେ ହଜାର ହଜାର ସାରଥୀ ପ୍ରେମୀ ଉକ୍ତ ଜ୍ୟୋତି ସଂସ୍ଥାପନ କରା ଯାଇଥିଲା। ଅପରାହ୍ନ ୫ଟା ସମୟରେ ଜ୍ୟୋତି ସଂସ୍ଥାପନ କରାଯାଇଥିଲା ପରେ ପ୍ରଭୁ ସାରଥଙ୍କ ଲୀଳା ଚରିତାମୃତ ଓ ଭାଗବତ ଚର୍ଚା କରାଯାଇଥିଲା, ପ୍ରବଚକ ଅମୁଲ୍ୟ ଓଝା ପ୍ରଭୁଙ୍କ ଲୀଳା ସମ୍ପର୍କରେ ସାରଥୀ ପ୍ରେମୀଙ୍କୁ ଗୁଣମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସାରଥୀ ପରିବାର ସୁଚାର ରୂପେ କାର୍ଯ୍ୟକରିଥିବା ବେଳେ ଶତାଧିକ ଭକ୍ତ ସେମାନଙ୍କୁ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |