ସେବା ସମବାୟ ସମିତିରେ ଚୋରୀ ସଂନ୍ଦେହେ ଘେରରେ, ଦୁର୍ନୀତିକୁ ଲୁଚାଇବା ପାଇଁ ଷଡଯନ୍ତ୍ର ଅଭିଯୋଗ କଲା ବିଜେପି।

92

କଟକ(ଉତ୍କଳ ନିଉଜ)୧୭/୧୨/୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜୟନର ପଂଚାୟତ ଗୋବିନ୍ଦପୂର ସମବାୟ ସମିତିରେ ଶନିବାର ରାତ୍ରୀରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ସମବାୟ ସମିତି ନିକଟରେ ଗହଳି ଚହଳି ସହ ମେଳା ଚାଲୁଥିବା ବେଳେ ଦୁର୍ବୁତ୍ତମାନେ କିପରି ସମବାୟ ସମିତି କାର୍ଯ୍ୟାଳୟରେ ପଶି ଲକ୍ଷାଧିକ ଟଙ୍କାର ଉପକରଣ ଓ ଦରକାରୀ କାଗଜପତ୍ରକୁ ଚୋରୀ କରିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଏଥିନେଇ ଚୋରୀ ଘଟଣାରେ ସମିତିର ସମ୍ପାଦକ ଓ ସଭାପତି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗ ଅଧାରରେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଚୋରୀ ଘଟଣାକୁ ନେଇ କୋଟି କୋଟି ଟଙ୍କାର ଦୁର୍ନୀତିକୁ ଲୁଚାଇବା ପାଇଁ ଏହା ଏକ ଷଢ଼ଯନ୍ତ୍ର ବୋଲି ଅଭିଯୋଗ କରିଛିନ୍ତି ବିଜେପି ନେତା ଗୌରହରି ରାଉତ । ତେବେ ଏହି ଚୋରୀ ଘଟଣା ଆଗକୁ କି ମୋଡ଼ ନେଇଛି ତାହାତ ସମୟ କହିବ ହେଲେ ପୋଲିସ ସଠିକ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ସମିତି ମେମ୍ବର ଓ ଚାଷୀମାନେ ଦାବି କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।