ନାବାଳିକାକୁ ଦୃଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ

170

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞିବେର୍ଣ୍ଣ ଫାଣ୍ଡି ଅଞ୍ଚଳ ର ଧାରୁଆଅଡା ଗ୍ରାମର ଜଣେ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । କୁତ୍ରା ଥାନା ଅନ୍ତର୍ଗତ ଖତକୁଡ଼ବାହାଲ ନିକଟବର୍ତ୍ତୀ ବାଣ୍ଟୁପଡା ଗ୍ରାମର ଗଣେଶ ଟପ୍ପୋ(୧୮)ପିତା ଲଳିତ ଟପ୍ପୋ ଯିଏକି ଡାଲମିଆ କଲେଜରେ  ଦ୍ୱିତୀୟ ବର୍ଷର ଛାତ୍ରବୋଲି ଜଣା ପଡିଛି ଦୃଷ୍କର୍ମ କାରୀ ଗଣେଶ ଧାରୁଆଅଡ଼ା ଗ୍ରାମର ଜନୈକା ନାବାଳିକାକୁ ପ୍ରେମ କରୁଥିବା ସମୟରେ ନାବାଳିକା ଗର୍ଭବତୀ ହୋଇଯାଇ ଥିଲା। । କିଛି ଦିନପରେ ନାବାଳିକାକୁ ଗର୍ଭନଷ୍ଟ କରିବା ପାଇଁ  ଔଷଧ ଦୋକାନରୁ ଔଷଧ ନେଇଦେଇ ଥିଲା ନାବାଳିକା ଔଷଧ ଖାଇବାପରେ ଗର୍ଭପାତ ହୋଇ ରକ୍ତ ସ୍ରାବ ବନ୍ଦ ହୋଇ ନଥିଲା ନାବାଳିକା ବାଧ୍ୟ ହୋଇ ତା ମାଆ କୁ ସମସ୍ତ କଥାକହିବା ପରେ ବାପା ଓ ମାଆ ପୁଅ ପାଖକୁ ଯାଇ ପଚାରି ବୁଝିବା ପରେ ଗଣେଶ ବିବାହ ପାଇଁ ପ୍ରସ୍ତାବ ଦେଇ ଥିଲା କିନ୍ତୁ ପୁଅର ବାପା ଭାଇ ବିବାହ ପ୍ରସ୍ତାଵରେ ରାଜି ହୋଇ ନଥିଲେ ଏହା ପରେ ନାବାଳିକା ର ବାପା ଲାଞ୍ଜିବେର୍ଣ୍ଣ ଫାଣ୍ଡି ରେ ଅଭିଯୋଗ କରିଥିଲେ ଫାଣ୍ଡି ଅଧିକାରୀ ଦୁଷ୍କର୍ମ କାରୀ ଗଣେଶକୁ ଗିରଫ କରି ରାଜଗଙ୍ଗାପୁର ଥାନାକୁ ଦୁହିଁଙ୍କୁ ଆଣିବା ପରେ ଥାନା ଅଧିକାରୀ  ଏସ୍ ଆଇ ମିଲି ସାହୁଙ୍କୁ ଘଟଣା ର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ଦୁଇ ଜଣଙ୍କୁ ଡାକ୍ତରି ମାଇନା ପାଇଁ ମେଡିକାଲ ପଠାଇ ଥିଲେ ସେଠାରୁ ଫେରିବା ପରେ ଗଣେଷ କୁ କେସ ନମ୍ବର୧୪୧/୨୦ ଦଫା ୩୭୬ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ଙ୍କ ରିପୋର୍ଟ ଉତ୍କଳ ନିଉଜ ।