ପୁନଶ୍ଚ ରାଉରକେଲା ଏସପିଙ୍କ ନାମରେ ମିଛ ଫେସବୁକ ଆଇଡ଼ି , ନାବାଳକର ଖେଳ , ଏସପିଙ୍କ ପାଇଁ ସାଜିଛି କାଳ

187

ରାଉରକେଲା ଏସପି କେ ଶିବା ସୁବ୍ରମନୀଙ୍କ ନାମରେ ଫେକ ଫେସବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଅଟକ ରଖବା ସହ ପଚରା ଉଚରା କରିଛି । ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସପି, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ମିଛ ଫେସବୁକ ଆଇଡି ଖୋଲି ଚାଟିଂ, ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା । ନାବାଳକ ୨୦୧୭ ମସିହାରେ ବାଲିଅନ୍ତା ଥାନା ଅଞ୍ଚଳର ଜଣଙ୍କ ଅର୍ଥକୁ କଳା ରୁ ଧଳା କରିଦେବ କହି ନିଜ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିଲା । ପରେ ଆକାଉଣ୍ଟରେ ଡ୍ର କରି ଏକ ଦାମୀ କାର ମଧ୍ୟ କିଣିଥିବା ଭଳି ସଙ୍ଗୀନ ଅଭିଯୋଗ ଲାଗିଥିଲା ।ପରେ ପୋଲିସ ଅନୁସନ୍ଧାନ କରି ଉକ୍ତ ନାବାଳକକୁ ଗିରଫ କରିବା ସହ ତାର ଆକାଉଣ୍ଟକୁ ସିଜ଼ କରିଦେଇଥିଲେ । ଏହି ନାବାଳକ ବାବଦରେ ଉଦିତନଗର ଥାନା ପୋଲିସ ଅଧିକ ତଦନ୍ତ କରୁଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ଉତ୍କଳ ନିଉଜ ।