ମତୋରେ ୧.୯ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ।

183

କଟକ(ଉତ୍କଳ ନିଉଜ)୨୮/୦୮/୨୦୨୩ : ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଳାଷ ପାଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଚଢ଼ାଉ କରାଯାଇ ୧.୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପାଟଣାସାହି ଗ୍ରାମର ମହେନ୍ଦ୍ର ବାରିକଙ୍କୁ ଗିରଫ କରା ଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ ଦୀପକ ରାଉତ କନେଷ୍ଟବଳ ଅନବାଦିତ୍ୟ ବାରିକ, ଉମେଶ କୁମାର ମହଲା, ରାମଚନ୍ଦ୍ର ନାୟକ, ସଞ୍ଜୟ ପାତ୍ର, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା, ରାଜଲକ୍ଷ୍ମୀ ଦତ୍ତ ପ୍ରଭୃତି ସାମିଲ ଥିଲେ । ଏନେଇ ଚାନ୍ଦବାଲି ଅବକାରୀ ଥାନା ପକ୍ଷରୁ କେସ ନଂ: ୭୧/୨୪ ମୂଳେ ଏକ ମାମଲା ରୁଜ୍ଜୁ କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |