ରାଉରକେଲାରେ ଅନ୍ତିମ ସଂସ୍କାର ଯାତ୍ରା ମାମାଲା: ମାମଲା ରୁଜୁ କଲା ପ୍ଲାଣ୍ଟସାଇଟ ପୋଲିସ

202

କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ପାଇଁ ବାଧ୍ୟ ହୋଇଛି । ପ୍ଲାଣ୍ଟସାଇଟ ଥାନାରେ କେସ ନମ୍ବର 167/ 2020 U/s U/s 269/34 IPC/3 Epidemic ଆକ୍ଟ ଅନୁସାରରେ ନିଜ ଆଡୁ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ରାଉରକେଲାରେ ଅନ୍ତିମ ସଂସ୍କାର ଯାତ୍ରା ମାମାଲା । ନିଜ ଆଡୁ ମାମଲା ରୁଜୁ କଲା ପ୍ଲାଣ୍ଟସାଇଟ ପୋଲିସ । ଟ୍ବିିଟ ଜରିଆରେ ଏସପି ରାଉରକେଲା ଏକ ହତ୍ୟା ମାମଲାରେ ମୃତକ ଯୁବକର ଅନ୍ତିମ ସଂସ୍କାର ଯାତ୍ରା ସହିତ ଲାକଡାଉନ ନିୟମ ଭାଙ୍ଗି ବିନା ମାସ୍କ ତଥା ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି ୧୦୦୦ ଲୋକ ବାହାରି ପଡିଥିଲେ । ଏହା ଦ୍ବାରା କୋଭିଡ-୧୯ ର ବିସ୍ତାରର ସମ୍ଭାବନା ରହି ଥିବାରୁ ଏହି ମାମଲା ରୁଜୁ କରା ଯାଇଥିବାର ସୂଚନା ଦିଆଯାଇଛି । ରାଉରକେଲାରେ ଅନ୍ତିମ ସଂସ୍କାର ଯାତ୍ରା ମାମାଲା: ନିଜ ଆଡୁ ମାମଲା ରୁଜୁ କଲା ପ୍ଲାଣ୍ଟସାଇଟ ପୋଲିସସୋସିଆଲ ମିଡିଆରେ ପୋଲିସଙ୍କୁ ନିନ୍ଦାସମ୍ପୂର୍ଣ୍ଣ ଘଟଣାରେ ପୋଲିସର ମୁଖ୍ଯ ଦର୍ଶକ ରହିବା ଚର୍ଚ୍ଚାର ବିଷୟ ହୋଇଥିଲା ତଥା ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟରେ ପୋଲିସର ଭୂମିକା ନିନ୍ଦା କରା ଯାଇଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ଉତ୍କଳ ନିଉଜ ।