ରେଳବାଇ କଲୋନୀ ହତ୍ୟା ଘଟଣାରେ ୯ ଗିରଫ

193

ଗତ ୭ ତାରିଖ ଦିନ ରେଳବାଇ କଲୋନୀ ଅଞ୍ଚଳରେ ଜନୈକ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ଦିଲସାନ ଖାଁ ନାମକ ଯୁବକଙ୍କୁ ନିର୍ମମ ଭାବରେହତ୍ୟା କରିଥିବା ଘଟଣାରେ ପୋଲିଶ ତଦନ୍ତ କରି ୯ ଜଣ ଅଭିଯୁକ୍ତଙ୍କୁ ରାଉରକେଲା ପୋଲିଶ ଗିରଫ କରିଛି । ଏମାନଙ୍କ ନାରେ ପୂର୍ବରୁ ଅନେକ ସଙ୍ଗିନ ଅପରାଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ତଥା ଅଭିଯୁକ୍ତ ମାନେ ସ୍ଥାନୀୟ ବାସୀନ୍ଦା ବୋଲି ମଧ୍ୟ ଜଣାପଡିଛି । ଏ ନେଇ ଆଜି ରାଉରକେଲା ଏସପି ଏକ ସାମ୍ବାଦିକ ସମ୍ମିଳନୀ ରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ । ରାଉରକେଲା ରେଲଓ୍ବେ କୋଲୋନୀ ରେ ଘଟିଥିବା ଦିଲସାଦ ଖାନ ହତ୍ୟା ମାମଲାରେ ପୋଲିଶକୁ ମିଳିଛି ସଫଳତା । ଏହି ହତ୍ୟା ମାମଲାରେ ରାଉରକେଲା ପୋଲିଶ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟି ଥିବା ବେଳେ ଏହି ଘଟଣାରେ ଜଡ଼ିତ ଅନ୍ୟ ୩ ଜଣଙ୍କୁ ଧରିବାକୁ ପୋଲିସ ଵିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ହତ୍ୟାରେ ବ୍ୟବହୃତ ଲୁହାରଡ଼ ସହ ଅନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସାହା ଏବଂ ତା ର ଭାଇ ସୁରଜ ସାହା ଙ୍କ ସମେତ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି କେ.ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ମୃତକ ଜଣକ ୨୦୧୮ ରେ ଜଣେ ହତ୍ୟାକାରୀକୁ ମାଡ ମାରିଥିଲେ । ତାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ମାନେ ଦିଲସାଦକୁ ବାରମ୍ବାର ହତ୍ୟା ଉଦ୍ୟମ କରିବା ପରେ ୭ ତାରିଖରେ ହତ୍ୟାକାଣ୍ଡରେ ସଫଳ ହୋଇଥିଲେ । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ଉତ୍କଳ ନିଉଜ।