ଚାନ୍ଦବାଲିରେ ଆଇନ୍ ଶୃଙ୍ଖଳା ବିପଯ୍ୟସ୍ତ, ବାରମ୍ବାର ଛିନ୍ତାଇ ପରେବି ଟେର ପାଉନି ପୋଲିସ।

154

କଟକ (ଉତ୍କଳ ନ୍ୟୁଜ ) ୦୮-୦୪-୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଇନ ଶୃଙ୍ଖଳା ବିପଯ୍ୟସ୍ତ, ବାରମ୍ବାର ଛିନ୍ତାଇ ପରେବି ଟେର ପାଉନି ପୋଲିସ।ଚାନ୍ଦବାଲି ସଦର ବଜାରସ୍ଥିତ ମାନ ଗୋବିନ୍ଦ ଜୁଏଲାରୀ ନିକଟରୁ କିଛିଦିନ ତଳେ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ସେଠାରେ ପୁଣି ଏକ ଲୁଟର ଶିକାର ହୋଇଛନ୍ତି ଜଣେ ଯୁବକ। ଗୋଟିଏ ମାସ ପୂର୍ବରୁ ସେହି ସ୍ଥାନରେ ୨ ଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟି ନେଇ ବାଇକ ଫେରାର ହୋଇ ଯାଇ ଥିଲେ। ଆଜି ପୁଣି ସେହି ସ୍ଥାନରେ ବାଇକରେ ଆସି ୨ ଜଣ ଲୁଟେରା ଆସି ଜଣେ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇ କେନ୍ଦ୍ରାପଡ଼ା ଆଡ଼କୁ ଫେରାର ହୋଇ ଯାଇଥିଲେ। ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ଗାଁର ଜଣେ ଯୁବକ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ୨ ଜଣ ଲୁଟେରା ଯୁବକଙ୍କୁ ପିଛା କରି ମାନଗୋବିନ୍ଦ ଜୁଏଲାରୀ ଆଗରେ ତାଙ୍କ ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏଥିନେଇ ଅଭିଯୋଗକାରୀ ଜୟ ପ୍ରକାଶ ଦତ୍ତ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁକରି ଅଧିକ ଚଳାଇଛି। ସେହିପରି ଗତ ଫେବୃଆରୀ ମାସ ୧୪ ତାରିଖ ଦିନ ଚାନ୍ଦବାଲି ସଦର ବଜାରରେ ମାନଗୋବିନ୍ଦ ଜୁଏଲାରୀ ନିଟକରୁ ଜଣେ ବୃଦ୍ଧ ଚାନ୍ଦବାଲି ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ମାନଗୋବିନ୍ଦ ଜୁଏଲାରୀ ଆଗରେ ଅଟାରିସ୍କାକୁ ଅପେକ୍ଷା କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ୨ ଜଣ ଲୁଟେରା ଏକ ବାଇକରେ ଆସି ବ୍ୟାଙ୍କ ନିଟକରୁ ପିଛା କରି ବୃଦ୍ଧଙ୍କ ହାତରୁ ବ୍ୟାଗଟିକୁ ଝାମ୍ପି ନେଇ ବାଇକରେ ଫେରାର ହୋଇ ଯାଇଥିଲେ। ଜନଗହଳୀ ସ୍ଥାନରେ ଲୁଟେରାମାନେ ସହଜରେ ଲୁଟ କରି ଦୃତ ଗତିରେ ଖସି ଯାଇଥିଲେ। ବୃଦ୍ଧ ଜଣକ ଚିତ୍କାର କରି ଡ଼ାକ ମାରି ଲୁଟେରାଙ୍କ ପଛରେ ଧାଇଁ ଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ତେବେ ବାରମ୍ବାର ଏପରି ଲୁଟ ହେଉଥିଲେ ମଧ୍ଯ ପୋଲିସର ବିଫଳତା ସଂପ୍ରତି ଆଇନ୍ ବିପର୍ଯ୍ୟସ୍ଥ ହେଉଥିବା ବୁଦ୍ଧିଜୀବୀଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |